କସମସ୍ ଇନଟେନେସ୍ଲାଲ ସ୍କୁଲର ସପ୍ତମ ବାର୍ଷିକ ସମାରୋହ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର ସହରସ୍ତ ରାଉତଖମାର ଅଧିନସ୍ତ କସମସ୍ ଇନଟେନେସ୍ଲାଲ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ ସଭାପତି ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଭାତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଓକିଲ ସଂଘର ବରିଷ୍ଠ ଓକିଲ ପ୍ରଭାସ କୁମାର କବି, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା କଲ୍ୟାଣବିଭାଗ ଅଫିସର ଜଗନ୍ନାଥ ସୋରେନ ଓ ଗମ୍ଭାରିଆ କସମସ୍ ସ୍ମାଟ୍ ସ୍କୁଲର ସଭାପତି ଲାଲଇଜତ୍ ସିଂ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ | ସଭା ପ୍ରାରମ୍ଭରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜଳନ ପରେ ଅତିଥିମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା | ଏହାପରେ ସଭାପତି ବାର୍ଷିକ ବିବରଣୀ ପାଠ କରିଥିଲେ | ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ସମୟାନୁବର୍ତ୍ତୀତା, ଶୃଙ୍ଖଳା ଓ କର୍ତ୍ତବ୍ୟନିଷ୍ଠା ଉପରେ ଉପଦେଶ ଦେଇଥିଲେ | ସେ ସମସ୍ତ ଛାତ୍ରଙ୍କୁ କହିଥିଲେ ଭଲ ମଣିଷ ହୁଅ ଓ ଭଲ କାମ କର |

ଏହାପରେ ସମ୍ମାନିତ ଅତିଥି ଶିକ୍ଷକ , ଛାତ୍ରଛାତ୍ରୀ ଓ ଅବିଭାବକ ମଧ୍ୟରେ ଉତ୍ତମ ସମନ୍ବୟ ରହିବା ଦରକାର ବୋଲି ବକ୍ତବ୍ୟ ଦେଇଥିଲେ | ଏହି ତିନି ସେତୁର ବାଧା ଦେଖାଗଲେ ଶିକ୍ଷାରେ ବିଭ୍ରାଟ ଦେଖାଯାଇଥାଏ ବୋଲି କହିଥିଲେ | ଏହାପରେ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ ଫଳକ ଦେଇ ପୁରସ୍କୃତ କରିଥିଲେ | ତଦପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି ଭବ୍ୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ପିଙ୍କି, ଗାୟତ୍ରୀ, ସସ୍ମିତା, ଦୀପା, ରାୟ, ତୃପ୍ତି, ଅଜୟ, ଅଭି ଓ ପୃଥିରାଜ ସହଯୋଗ କରିଥିଲେ |

Leave A Reply

Your email address will not be published.