ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଜିଲ୍ଲାରେ ପରିକ୍ରମା କରିବ ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ରଥ | ସୁବର୍ଣ୍ଣପୁର, ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଓ ଶ୍ରମ ଆଇନରେ ଥିବା ଅଧିକାର ଏବଂ ସୁବିଧା-ସୁଯୋଗ ଉପରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି ।
ଉଭୟ ଭାରତ ସରକାର ଏବଂ ଓଡିଶା ସରକାର ତରଫରୁ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ପାଇଁ ରହିଥିବା ସାମ୍ବିଧାନିକ ଅଧିକାର ସହ ଅନ୍ୟାନ୍ୟ ସୁବିଧା ଓ ସୁଯୋଗ ଉପରେ ଲୋକଙ୍କୁ ସଚେତନ କରାଯିବ । ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖାଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ପ୍ରଚାର ରଥକୁ ଜିଲ୍ଲାପାଳ ବିମଳେନ୍ଦୁ ରାୟ,ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ ହୋଇଥିଲା |
ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନ ଲାଲ ଶର୍ମା,ପ୍ରକଳ୍ପ ନିର୍ଦେଶକ ଡୁଡା ବିଶ୍ୱନାଥ ବାରିକ, ବିଡ଼ିଓ ସୋନପୁର ସୌମ୍ୟ ରଞ୍ଜନ ସ୍ୱାଇଁ, ତହସିଲଦାର ଡ. ସୌମ୍ୟାରୁପା ରଥ ତଥା ଜିଲ୍ଲାସ୍ତରୀୟ ଅଧିକାରୀ, ବିଭଗୀୟ ଅଧିକାରୀ, କର୍ମଚାରୀ ସହ, ଜିଲ୍ଲା ଶ୍ରମିକ ସଂଘ ର କର୍ମକର୍ତ୍ତା, ପ୍ରମୁଖ ଉପସ୍ଥିତ ଥିଲେ ।ଏହି ପ୍ରଚାର ରଥ ଜିଲ୍ଲାର ୬ଟି ବ୍ଲକର ପ୍ରମୁଖ ସ୍ଥାନକୁ ପରିକ୍ରମା କରିବା ସହ ଲୋକଙ୍କୁ ପ୍ରବାସୀ ଶ୍ରମ ଆଇନ ଉପରେ ସଚେତନ କରିବ ।