ପିସି ଏଣ୍ଡ ପିଏନଡିଟି ଉପଦେଷ୍ଟା କମିଟି ବୈଠକ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ପିସି ଏଣ୍ଡ ପିଏନଡିଟି ଉପଦେଷ୍ଟା କମିଟି ବୈଠକ |ସୁବର୍ଣ୍ଣପୁର, ଜିଲ୍ଲାପାଳ ଶ୍ରୀଯୁକ୍ତ ଵିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସ୍ଥିତ ମିନି ସମ୍ମିଳନୀ କକ୍ଷରେ ପିସି ଏଣ୍ଡ ପିଏନଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜିଲ୍ଲାର ବିରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ଅଧୀନରେ ଅତି କମସଂଖ୍ୟକ ଗର୍ଭବତୀ ମାଁ ଙ୍କ ଅଲଟ୍ରା ସାଉଣ୍ଡ ପରୀକ୍ଷା ହେଉଥିବା ରୁ ଅଧ୍ୟକ୍ଷ ଉଦବେଗ ପ୍ରକାଶ କରିବା ସହ ସମ୍ପୃକ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆବଶ୍ୟକ କାରଣ ଉପରେ ତଥ୍ୟ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ବିଭଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି l ଜିଲ୍ଲାରେ କନ୍ୟା ଶିଶୁ ଜନ୍ମ ହାର କମ ରହୁଥିବାରୁ ଏହାର କାରଣ ଓ ନିରାକରଣ ନିମନ୍ତେ ଏକ ନିୟମିତ ଯାଞ୍ଚ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି l

ପୁନଶ୍ଚ ଏହି କାର୍ଯ୍ୟକ୍ରମ କୁ ଆହୁରି କ୍ରିୟାଶୀଳ ତଥା ବ୍ୟବସ୍ଥିତ କରିବା ନିମନ୍ତେ ଉଭୟ ଉପଖଣ୍ଡ ର ଉପଜିଲ୍ଲାପାଳ ଙ୍କୁ ଜିଲ୍ଲା ଉପଦେଷ୍ଟା କମିଟି ରେ ସ୍ଥାନିତ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଯଦ୍ୱାରା ଉଭୟ ଉପଜିଲ୍ଲାପାଳ ନିଜ ନିଜର ଅଂଚଳରେ ଥିବା ଅଲଟ୍ରା ସାଉଣ୍ଡ କ୍ଲିନିକ ଗୁଡିକ ର ଯାଞ୍ଚ କରି ଜିଲ୍ଲା ଉପଦେଷ୍ଟା କମିଟି ରେ ତଥ୍ୟ ଉପସ୍ଥାପନ କରିବେ l କାର୍ଯ୍ୟକ୍ରମ ର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚଳିତ ମାସ 20 ତାରିଖ ସୁଦ୍ଧା ଜିଲ୍ଲାର ଏସ ଏଚ ଜି ସଦସ୍ୟା ଓ ଜିକେ ଏସ ସଦସ୍ୟ ସଦସ୍ୟା ଙ୍କୁ ନେଇ ଶିଶୁ କନ୍ୟା ଜନ୍ମ ହାର କମ ହେଉଥିବା ତଥା କନ୍ୟା ଭୃଣ ହତ୍ୟା ଉପରେ ସଚେତନତା ବୈଠକ ଅନୁଷ୍ଠିତ କରିବାକୁ ଅଧ୍ୟକ୍ଷ ନିର୍ଦେଶ ପ୍ରଦାନ କରିଛନ୍ତି l ବିଭାଗୀୟ କାର୍ଯ୍ୟକ୍ରମର ସୁଫଳ ଯେପରି ସମସ୍ତ ହିତାଧିକାରୀ ଙ୍କ ପାଖରେ ସହଜ ଉପଲବ୍ଧ ହୋଇପାରିବ ସେଥି ନିମନ୍ତେ ଆବଶ୍ୟକ ପ୍ରଚାର ପ୍ରସାର ପାଇଁ ଜିଲ୍ଲାର ସମସ୍ତ ପଞ୍ଜିକୃତ ଅଲଟ୍ରା ସାଉଣ୍ଡ କେନ୍ଦ୍ର ସତ୍ବାଧୀକାରୀ ପ୍ରମୁଖ ଅନ୍ୟୁନ ୨ ଟି ଲେଖାଏଁ ପ୍ରାଚୀର ଵିଜ୍ଞାପନ ପ୍ରଦାନକୁ ସୁନିଶ୍ଚିତ କରିବାକୁ ବୈଠକରେ ଆଲୋଚନା କରାଯାଇ ଏହି କାର୍ଯ୍ୟ ଯେପରି ଆସନ୍ତା ୭ ଦିନ ମଧ୍ୟରେ ସମାପନ ହେବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ରାୟ l

ସମସ୍ତ ସର୍ବସାଧାରଣ ସ୍ଥାନ ସହ ବସ, ଟେମ୍ପୋ ତଥା ଅନ୍ୟାନ୍ୟ ସର୍ବସାଧାରଣ ଯାନ ବାହନ ରେ ସଚେତନତା ସଚେତନତା ନିମନ୍ତେ ଇନ୍ଫରମେଶନ ଇନସେଣ୍ଟିଭ ଉପରେ ଷ୍ଟିକର ପ୍ରସ୍ତୁତ କରି ଲଗାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି, ଯାହା ଏଥି ସଂକ୍ରାନ୍ତୀୟ ସୂଚନା ନିମନ୍ତେ ଲୋକଙ୍କୁ ବିଶେଷ ଆକୃଷ୍ଟ କରିବ l ପୁନଶ୍ଚ କୌଣସି ଦାମ୍ପତିଙ୍କ ଦ୍ଵିତୀୟ ନବଜାତ ଶିଶୁକନ୍ୟା ଜନ୍ମରେ ଦମ୍ପତି ଙ୍କୁ ପ୍ରଶାସନ ତରଫରୁ ଶିଶୁ କନ୍ୟା ପ୍ରୋତ୍ସାହନ ନିମନ୍ତେ ନବଜାତ କିଟ ପ୍ରଦାନ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି l ବୈଠକ ପ୍ରାରମ୍ଭରେ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ଦୈତ୍ୟନାରାୟଣ ପାଢ଼ୀ ସ୍ୱାଗତ ସମ୍ଭାଷଣ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଏଲଏ ଆଇଏସ ଶୋଭନା ଦାଶ ଗତ ବୈଠକର ନିଷ୍ପତି ର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରିଥିଲେ l

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏଡିପିସିଏଚ ଡ଼ ରମେଶ ଚନ୍ଦ୍ର ସ୍ୱାଇଁ, ଡି ପି ଏଚ ଓ ଡ଼.ଦୁର୍ଗାଦତ୍ତ ଦାଶ , ଡିପି ଏଚଓ ଡ.ମନୋଜ କୁମାର ଅଦାବର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ ଅରବିନ୍ଦ ମହାପାତ୍ର , ମେଡ଼ିସିନ ସ୍ପେସିଆଲିଷ୍ଟ ଡ଼ ନରେନ୍ଦ୍ର ବେହେରା , ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ସାମ୍ବାଦିକ ସ୍ୱାଧୀନ କୁମାର ମେହେର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଅତିରିକ୍ତ ସରକାରୀ ଓକିଲ ଅଟଳ ବିହାରୀ ମହାପାତ୍ର, ଡ଼ିଏମଆରସିଏଚ ସୁଧାଂଶୁ ନାଏକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ,ଡିପିଏମ ବିଶ୍ୱମ୍ବର ବେହେରା ତଥା ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.