ଘୋଷଣା ହୋଇଛି ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ। ଏପ୍ରିଲ ୨୮ରୁ ରାଜ୍ୟରେ ହେବ +୨ ପରୀକ୍ଷା। କଳା, ବାଣିଜ୍ୟ ଏବଂ ଧନ୍ଦା ମୂଳକରେ ଅଫ ଲାଇନରେ ହିଁ ପରୀକ୍ଷା ଦେବେ। ଅଫ ଲାଇନ ମୋଡ଼ରେ ପରୀକ୍ଷା ହେବା ନେଇ ସ୍ପଷ୍ଟ କଲେ ବିଭାଗୀୟ ମନ୍ତ୍ରୀ। ଏହି ସମସ୍ତ ବିଷୟରେ ରାଜ୍ୟର ମୋଟ ୩ ଲକ୍ଷ ୨୦ ହାଜର ପିଲା ପରୀକ୍ଷା ଦେବେ।ସକାଳ ୯ରୁ ଦୈନିକ ଗୋଟିଏ ସିଟିଂରେ ପରୀକ୍ଷା ହେବା। ଖରାକୁ ଦୃଷ୍ଟିରେ ରଖି ଗୋଟିଏ ସିଟିଂରେ ପରୀକ୍ଷା କରିବାକୁ ନିଷ୍ପତି ନେଇଛି CHSE। କରୋନା ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ ହୋଇଛି। ଏହା ସହ ନିଜ ଶିକ୍ଷକ ମାନଙ୍କ ଦ୍ଵାରା ହିଁ ସମସ୍ତ ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବା। ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ କ୍ୱାର୍ଟର ଏଣ୍ଡରେ ହୋଇଥିବା ପରୀକ୍ଷାର ୨୦ ପ୍ରତିଶତ ମାର୍କକୁ ହିସାବକୁ ନିଆଯିବ ବୋଲି ଜଣାଯାଇଛି। ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମିଳିବ ମାର୍କ।ବାର୍ଷିକ ପରୀକ୍ଷାର ୮୦% ଓ କ୍ୱାର୍ଟର ଏଣ୍ଡ୍ର ୨୦% ଅନୁସାରେ ମାର୍କ। ଯେଉଁଥିରେ ଅଧିକ ମାର୍କ ଥିବ, ତାକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ।