୨୦ ଜଣଙ୍କୁ ପୋଲିସ ପଦକ ପ୍ରଦାନ କଲେ ରାଜ୍ୟପାଳ

0

ଓଡ଼ିଆ ନ୍ୟୁଜ୍: ଉଲ୍ଲେଖନୀୟ ସେବା ପାଇଁ ୨୦ ଜଣଙ୍କୁ ପୋଲିସ ପଦକ ପ୍ରଦାନ। ୨୦ ଜଣଙ୍କୁ ପୋଲିସ ପଦକ ପ୍ରଦାନ କଲେ ରାଜ୍ୟପାଳ। ବର୍ଗ-୧ରେ IPS ନୀତି ଶେଖର, ସତ୍ୟଜିତ ନାୟକଙ୍କୁ ମିଳିଲା ପଦକ।ବର୍ଗ-୨ରେ ପୁରୀ ଏସ୍‌ପି ପ୍ରତୀକ ସିଂହଙ୍କୁ ରାଜ୍ୟପାଳ ପଦକ। ଆଇଜି ନୀତି ଶେଖର, ସତ୍ୟଜିତ ନାୟକଙ୍କୁ ମିଳିଛି ରାଜ୍ୟପାଳ ପଦକ । ପୁରୀ ଏସପି ପ୍ରତୀକ ସିଂ, ଭିଜିଲାନ୍ସ ଏଏସପି ଅନୁପମା ମହାପାତ୍ର ପାଇଲେ ପଦକ । ସଚିବାନନ୍ଦ ରଥ ଓ ପ୍ରସନ୍ନ ରାଉତଙ୍କୁ ମଧ୍ୟ ରାଜ୍ୟପାଳ ପଦକ ମିଳିଛି ।

ଏହା ସହ ମୋଟ୍ ୩୧ ଜଣ ରାଷ୍ଟ୍ରପତି ପୋଲିସ ସେବା ପଦକରେ ସମ୍ମାନୀତ ହୋଇଛନ୍ତି । ସେଥି ମଧ୍ୟରୁ ଓଡିଶାରୁ ଜଣେ ସିବିଆଇ ଅଧିକାରୀ ସମ୍ମାନୀତ ହୋଇଛନ୍ତି । ସାହସିକତା ପାଇଁ ଓଡିଶାରେ ୪ ଜଣ ପାଇଲେ ପଦକ । ଉଲ୍ଲେଖନୀୟ ସେବା ପାଇଁ ଓଡିଶାରୁ ୨ ଜଣଙ୍କୁ ମିଳିଛି ପଦକ । ପ୍ରଶଂସନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିଛି ପଦକ ।

Leave A Reply

Your email address will not be published.