ଯାତ୍ରା ପାର୍ଟି ଗାଡ଼ି ଓଲଟି ୮ଆହତ

0

ଓଡ଼ିଆ ନ୍ୟୁଜ୍: ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଗାଡ଼ି; ୮ ଆହତ। ୮ କଳାକାର ଆହତ, ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା। ଯାତ୍ରା କରି ରାଇଘର ବ୍ଲକ ମୁଣ୍ଡିବେଡ଼ା ଗାଁରୁ ଫେରିବା ବେଳେ ଦୁର୍ଘଟଣା। ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୬ଜଣ କଳାକାର ଛିଟିକି ହୋଇ ରାସ୍ତାକଡ଼କୁ ପଡିଯାଇଥିଲେ ।

ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦେଖି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଛନ୍ତି । ମୁଣ୍ଡିବେଡ଼ାରେ ନାଟକ ସାରି ଫେରୁଥିବାବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ପ୍ରାଥମିକ ଚିକିତ୍ସା ପରେ ଜଣେ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.