ବାତ୍ୟା “ଦାନା” ଧିରେ ଧିରେ ଉପକୂଳ ଆଡକୁ ମାଡି ଆସୁଛି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୀଷଣ ବାତ୍ୟା “ଦାନା” ଧିରେ ଧିରେ ଉପକୂଳ ଆଡକୁ ମାଡି ଆସୁଛି।ଆସନ୍ତା ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ନିଶ୍ଚିତ କରିଛି ପାଣିପାଗ ବିଭାଗ। ବାତ୍ୟାର ପ୍ରଭାବ ଉପକୂଳବର୍ତ୍ତି ଅଞ୍ଚଳରେ ଅଧିକ ରହୁଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ଥିବାବେଳେ ପ୍ରଶାସନ ପକ୍ଷରୁ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ଏବେ ଯେଉଁ ଭିଜୁଆଲ ଆମେ ଦେଖାଉଛୁ,ଏହା ଦୀଘା ଅଞ୍ଚଳର।ଦୀଘା ଓଡିଶା ବେଙ୍ଗଲ ସୀମାବର୍ତ୍ତୀ ସମୁଦ୍ର ବେଳାଭୂମିର ଏକ ପର୍ଯ୍ୟଟନ ସ୍ଥଳୀ।ସେଠାରେ ପର୍ଯ୍ୟଟକଙ୍କ ଭିଡ ସବୁବେଳେ ରହୁଥିବାରୁ,ଶହ ଶହ ସଂଖ୍ୟାରେ ବ୍ୟବସାୟୀକ ପ୍ରତିଷ୍ଠାନ କରି ଲକ୍ଷଲକ୍ଷ ଲୋକ ରୋଜଗାରକ୍ଷମ ହୋଇଛନ୍ତି।

ସମ୍ଭାବ୍ୟ ବାତ୍ୟା ଯୋଗୁ ଏହି ବ୍ୟବସାୟୀ ମାନେ ସେମାନଙ୍କ ବେପାର ବନ୍ଦ କରି ଜିନିଷ ପତ୍ର ସବୁ ସୁରକ୍ଷିତ ସ୍ଥାନକୁ ନେଉଥିବାର ଦେଖାଯାଉଛି।ସରକାରଙ୍କ ପକ୍ଷରୁ ଥରକୁ ଥର ଡାକବାଜୀ ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଦିଆଯାଉଛି।ମତ୍ସ୍ୟଜୀବୀ ମାନେ କୂଳକୁ ଫେରିଆସିବା ସହିତ ସେମାନଙ୍କର ଜାଲ ଆଦି ସରଞାମ ସୁରକ୍ଷିତ ରଖୁଥିବା ଦେଖାଯାଉଛି।

Comments are closed.