ଭୀଷଣ ଅବପାତ ରୁପ ନେଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି ବାତ୍ୟା ଦାନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭୀଷଣ ଅବପାତ ରୁପ ନେଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି ବାତ୍ୟା ଦାନ | ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ୧୦୦ ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ଆକଳନ କରିଛି ପାଣିପାଗ ବିଭାଗ |

କ୍ଷୟକ୍ଷତିର ଆକଳନ କରି ଏହି ବାତ୍ୟାର ମୁକାବିଲା ପାଇଁ ସରକାର ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି | ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତ ରହିବାକୁ ବାଲିଆପାଳ ବ୍ଲକର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି |

ବସ୍ତା ବିଧାୟୀକା ସୁବାସୀନୀ ଜେନାଙ୍କ ସମେତ ବିଡ଼ିଓ, ତହସିଲଦାର ଏବଂ ସମସ୍ତ ବିଭାଗର ଅଧିକାରୀ, ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ |  ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ବେଳେ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ୯୦ ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇ ଆବଶ୍ୟକ ସୁବିଧା ଏବଂ ଖାଦ୍ୟର ବ୍ୟବସ୍ଥା କରାଯାଇଛି | ୨୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ବ୍ୟବସ୍ଥା କରାଯାଇଥିବା ବ୍ଲକ ପ୍ରଶାସନ ପଷରୁ କୁହାଯାଇଛି।

Comments are closed.