ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପୁଣି ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବେଳପଡା ପୋଲିସ। ଆଜି ବେଳପଡା ପୋଲିସକୁ ଚଖମା ଦେଇ ଦାଦନ ଶ୍ରମିକଙ୍କୁ ସର୍ଦ୍ଦାର ବାହାର ରାଜ୍ୟ କୁ ଚାଲାଣ କରିବାର ବ୍ୟବସ୍ଥା କରୁଥିବା ବେଳେ ଅଚାନକ ମାଡି ବସିଲା ବେଳପଡା ପୋଲିସ।
ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ବେଳପଡା ବ୍ଲକ ବାଗଡୋର ଗ୍ରାମ ର ସଭାକର ସାଣ୍ଡ ଙ୍କ ଘରେ ବେଆଇନ ଭାବେ ୧୭ ଜଣ ଦାଦନ ଶ୍ରମିକ ଙ୍କୁ ରଖା ଯାଇଥିଲା।ସେଥି ମଧ୍ୟରୁ ୫ ଜଣ ପୁରୁଷ,୪ ଜଣ ମହିଳା,୪ଜଣ ଛୋଟ ଛୋଟ ପୁଅ,ଓ ୫ଜଣ ବାଲିକା ଥିବାର ଜଣାପଡିଛି।ଏହି ଦାଦନ ଶ୍ରମିକ ମାନେ ହେଲେ ଟିଟିଲାଗଡ଼ ଅଞ୍ଚଳର ଗୁଲମୀ ଗ୍ରାମର ବୋଲି ଜଣାପଡିଛି।
ଏମାନଙ୍କୁ ବାଗଡୋର ଗାଁ ର ସଭାକର ସାଣ୍ଡ ତାଙ୍କର ଘରେ ରଖିଥିଲେ ଓ ବାହାର ରାଜ୍ୟକୁ ଚାଲାଣ କରିବାର ବ୍ୟବସ୍ଥା ମଧ୍ୟ କରିଥିଲେ।କିନ୍ତୁ ବେଳପଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରି ଉଦ୍ଧାର କରିଛି।କିନ୍ତୁ ପ୍ରଶ୍ନ ଉଠୁଛି ଯେ ବଡ ସର୍ଦ୍ଦାର କିଏ ନା ଜାଣି ଶୁଣି ବଡ ବଡ ସର୍ଦ୍ଦାର କୁ ଗିରଫ କରାଯାଉନାହିଁ।