ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଖିଳ ଭାରତ କୃଷକ ସଭା ଆନୁକୂଲ୍ୟରେ ରାମଚଣ୍ଡୀ କୃଷକ ସଭା, ବତୀଘର ତରଫରୁ ମହାକାଳପଡ଼ା ତହସିଲଦାରଙ୍କ ଜରିଆରେ 18 ଦଫା ଦାବିପତ୍ର ପ୍ରଦାନ କରିଛନ୍ତି | ଏନେଇ କୃଷକ ସଭା, ଶିକ୍ଷକ ସଂଘ ଓ ସିପିଆଇ ର ଚାଷୀ ମିଳିତ ଭାବେ ମଙ୍ଗଳପୁର ଠାରୁ ରାଲିରେ ଆସି ତହସିଲ ସମ୍ମୁଖରେ ଗଣବିକ୍ଷୋଭ ରେ ସାମିଲ ହୋଇଥିଲେ | ଶତାଧିକ ଚାଷୀ ଅବହେଳିତ କେନ୍ଦ୍ରାପଡା ଜିଲ୍ଲା ଚାଷୀଙ୍କ ର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ |
ବିଶେଷ କରି ଉପକୂଳ ମହାକାଳପଡ଼ା ବ୍ଲକ ଅଂଚଳର ପ୍ରମୁଖ ଜଳସେଚନ ଉତ୍ସ ବ୍ରିଟିଶ କାଳର କେନାଲ ଦଳ ସଫେଇ, ଶୀତଳ ଭଣ୍ଡାର ସ୍ଥାପନ,ଦୀର୍ଘ ଦିନର ବତୀଘର କନ୍ଧା ଚାଷୀ ଙ୍କୁଜମିପଟ୍ଟା ସମେତ 18 ଗୋଟି ପ୍ରମୁଖ ଦାବି ଉପସ୍ଥାପନ କରିଛନ୍ତି | ଗଣତନ୍ତ୍ର ରାଷ୍ଟ୍ରରେ ସରକାର ଅଞ୍ଚଳ ବାସୀଙ୍କ ଦାବି କୁ ଆଲୋଚନା ପର୍ଯ୍ୟାଲୋଚନା କରି କାର୍ଯ୍ୟ କଲେ ଅଞ୍ଚଳ ର ମଙ୍ଗଳ ହେବ | ମାତ୍ର ଆଜିକାଲି ଜନତାଙ୍କ ଦାବିକୁ ଉପେକ୍ଷା କରି ସରକାର ରାଜନୈତିକ ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିବାରୁ ଅଞ୍ଚଳ ର ସମସ୍ୟା ର ସମାଧାନ ପରିବର୍ତ୍ତେ ଦ୍ଵିଗୁଣିତ ହେଉଥିବାର ସିପିଆଇ ସାଥି କହନ୍ତି |
ଅଖିଳ ଭାରତ କୃଷକ ସଭା ର ସାଥି କ୍ଷୀରୋଦ ସିଂଦେଓ, ସିପିଆଇ ର ରମଣୀ ରଞ୍ଜନ ରାଉତରାୟ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ ବେହେରା ନିରଞ୍ଜନ ଦାସ ଓ ଚାଷୀମାନେ ବିକ୍ଷୋଭ ରେ ସାମିଲ ହୋଇଥିଲେ | ଗଣବିକ୍ଷୋଭ ଆୟୋଜିତ ସ୍ଥଳୀରେ ସଭା ଶେଷରେ ଅତିରିକ୍ତ ତହସିଲଦାର ସାବିତ୍ରୀ ହେମ୍ବ୍ରମ ପହଂଚି ଦାବିପତ୍ର ଗ୍ରହଣ କରିଥିଲେ | ଉଚ୍ଚ ସ୍ତରୀୟ ବିଚାର ଆଲୋଚନା ପରେ ରାଜସ୍ୱ ସଂକ୍ରାନ୍ତୀୟ ଅଭିଯୋଗ ଉପରେ ପଦକ୍ଷେପ ନିଆଯିବ ବୋଲି ଚାଷୀଙ୍କୁ ବୁଝାଇଥିଲେ |
Comments are closed.