ପୌର ନିର୍ବାଚନ ପୁର୍ବରୁ ସଶକ୍ତ ହେଉଛି ବିଜେଡି, ଆଜି ଭୁବନେଶ୍ଵରରେ କଂଗ୍ରେସ ଓ ବିଜେପିର ଟାଣୁଆ ନେତା ଶଙ୍ଖ ଫୁଙ୍କିଲେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୌର ନିର୍ବାଚନ ପୂର୍ବରୁ ରାଜଧାନୀ ଭୁବନେଶ୍ୱର ରେ ଜୋର ଧରିଛି ଦଳ ଡିଆଁ ରାଜନୀତି।ଶଙ୍ଖ ଫୁଙ୍କିଛନ୍ତି ଏକମ୍ର ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ଓ ବିଜେପି ନେତା। ବରିଷ୍ଠ କଂଗ୍ରେସ ନେତା ତଥା AICC ର ସଦଶ୍ୟ ଅଂଚଳ ବଟୁ ଆଜି ବିଜେଡି ରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଏହା ସହ ୬୩ ନମ୍ବର ୱଡ଼ର ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି, ଏକମ୍ର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ନେତା ଶିବ ପ୍ରସାଦ ବେହେରା ,ସେବାୟତ କମଳା କାନ୍ତ ବଡୁ ଙ୍କ ସହ ବହୁ ସେବାୟତ ମଧ୍ୟ ବିଜେଡ଼ି ରେ ଯୋଗ ଦେଇଛନ୍ତି।ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ନେତା ଓ କର୍ମୀ।ଏହି ମିଶ୍ରଣ ଦ୍ୱାରା ବିଜେଡି ଅଧିକ ମଜବୂତ ହେବା ସହ ଏକମ୍ର ବିକାଶରେ ବିଜେଡି ହାତ ମୁଠା ଟାଣ କରିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

ଶ୍ରୀ ବଟୁ ଗଣମାଧ୍ୟମକୁ କହିଛନ୍ତି ୩୦ବର୍ଷ କାଳ କଂଗ୍ରେସରେ ରହିବା ପରେ ଦଳ ତାଙ୍କୁ ସବୁ ବେଳେ ଅଣ ଦେଖା କରିଛ ଏବଂ କଂଗ୍ରେସର ଭବିଷ୍ୟତ ଅନ୍ଧାର। ଏକ ମାତ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କର ଆଦର୍ଶରେ ଅନୁପ୍ରାଣିତ ହେଇ ବିଜେଡିରେ ମିଶିଛି। କୋଣସି ପଦ ଚାହୁଁନି ଲୋକଙ୍କ ପାଇଁ କାମ କରିବି ବୋଲି କହିଥିଲେ ଶ୍ରୀ ବଟୁ । କଂଗ୍ରେସ ନେତାଙ୍କ ସହ ଓ଼ଲ୍ଡ ଟାୱାନ ଛକରୁ ୪୦୦ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ବିଜେଡିରେ ମିଶିଥିଲେ। ବିଜେଡି ପାର୍ଟି ଅଫିସରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କଂଗ୍ରେସ କର୍ମୀ ମାନଂକୁ ସ୍ୱାଗତ କରିଥିଲେ।

 

Leave A Reply

Your email address will not be published.