ଓଡ଼ିଆ ନ୍ୟୁଜ୍:କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର।ମୃତକ ଛତିଶଗଡ଼ର ରାହୁଲ ଯାଦବ, ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ର।ଏନେଇ ସ୍ପଷ୍ଟ କଲେ ଏସିପି ସୋନାଲ୍ ସିଂ ପରମାର।ଜୀବନ ହାରିଥିବା ସନ୍ଦେହ, ଇନ୍ଫୋସିଟି ପୋଲିସର ତଦନ୍ତ।
ଗତକାଲି ରାତିରେ ଫ୍ୟାନରେ ଝୁଲି ପଡ଼ି ଜୀବନ ହାରିଥିବା କୁହାଯାଉଛି। ରାହୁଲ ଏକ ସିଙ୍ଗଲ ରୁମ୍ରେ ରହୁଥିଲେ। ଘଟଣା ସଂପର୍କରେ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ପୁଲିସ ତଦନ୍ତ କରିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଅ୍ରାସିବ। ତେବେ କିଟ୍ରେ ବାରମ୍ବାର ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।