ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

0

ଓଡ଼ିଆ ନ୍ୟୁଜ୍: ରାଜଗାଙ୍ଗପୁର ଲାଞ୍ଜିବେରନା ଅଞ୍ଚଳରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ। ଗୁରୁତର ଛାତ୍ରୀ ଜଣଙ୍କ ରାଉରକେଲା IGHରେ ଭର୍ତ୍ତି।ଶରୀର ୯୦% ପୋଡ଼ି ଯାଇଥିବାରୁ ଅବସ୍ଥା ସଂକଟାପନ୍ନ ରହିଛି।ଛାତ୍ରୀ ଜଣଙ୍କ ଯୁକ୍ତ ୩ରେ ପଢ଼ୁଥିଲେ, ପୁରୁଷ ବନ୍ଧୁ ଅଟକ। କେଉଁ କାରଣରୁ ଘଟିଲା ଅନୁଧ୍ୟାନ ଚାଲିଛି କହିଲେ ପଶ୍ଚିମାଞ୍ଚଳ ଡିଆଇଜି। ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଛାତ୍ରୀ ଜଣକ ରାଜଗାଙ୍ଗପୁର ଥାନା ଅଧୀନ ଲାଞ୍ଜିବେର୍ଣ୍ଣା ଅଞ୍ଚଳର ବୋଲି ଜଣାପଡ଼ିଛି, ଯାହାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଛାତ୍ରୀ ଜଣକ ଶୁକ୍ରବାର ରାତିରେ ପରିବାର ଲୋକଙ୍କର ସହିତ ଖାଇ ସାରି ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ତାଙ୍କର ଦେହରେ ନିଆଁ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲାସ୍ଥିତ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.