ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ| କୃଷିରେ ଉନ୍ନତମାନର କୃଷି ଯନ୍ତ୍ରପାତି ପ୍ରୟୋଗ ଫଳରେ ଆଜିକାଲି କୃଷି ରେ ଉନ୍ନତି ଦେଖାଗଲାଣି | ଏଣୁ ଏହି କୃଷି ଯନ୍ତ୍ରପାତିଗୁଡିକର ଚାହିଦା ଓ ଆବଶ୍ୟକତା ବଢିଯାଇଛି | ଏଣୁ ଏହି ଜିନିଷଗୁଡିକର ମେଳା ମାଧ୍ୟମରେ ଲୋକେ ଅବଗତ ହେବା ବାଞ୍ଛନୀୟ ମନେହୁଏ | ରାଇରଙ୍ଗପୁର ସହରସ୍ତ ବଡମହୁଲଡିଆଁ ପଡିଆ ଠାରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୩-୨୪ ଗତ ୨୮ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି |
ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇଥିବା ବେଳେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ , ସାରସକଣା ବିଧାୟକ ଡଃ ବୁଢାନ ମୁର୍ମୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡଃ ଦେବାଶିଷ ପଣ୍ଡା, ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନରଂଜନ ହେମ୍ବ୍ରମ, ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମଦ, ୪୫ ନଂ ଜିଲ୍ଲାପରିଷଦ ସଭ୍ୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଭୁବନେଶ୍ବର ସୁପରିଟେନଡେଣ୍ଟ ଇନଜିନିୟର, ବାରିପଦା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯୋଜନା ଅଧିକାରୀ ସୁଧାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିବା ସହିତ ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବ୍ଲକ କୃଷି ଅଧିକାରୀ ପ୍ରଦୀପ ପ୍ରସାଦ ଦାସ, ବିଜାତଳା ବ୍ଲକ କୃଷି ଅଧିକାରୀ ପ୍ରଦୀପ୍ତ କୁମାର ନାୟକ ଓ କୁସୁମୀ ବ୍ଲକ କୃଷି ଅଧିକାରୀ ଭୀମସେନ ସିଂ ପ୍ରମୁଖ ପରିଚାଳନା କରିଥିଲେ | ଏହି ଅବସରରେ ୧୨ ଜଣ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା |
ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର କୃଷି ଜିଲ୍ଲା ଅଧିକାରୀ କିଶନ ମୁର୍ମୁ ଯୋଗ ଦେଇ ଥିବା ବେଳେ କୃଷି ବିଜ୍ଞାନ କେନ୍ଦ୍ର ଯଶିପୁରର ବୈଜ୍ଞାନିକ ଦୀପକ ମହାନ୍ତି, କୃଷି ଜିଲ୍ଲା ଅଧିକାରୀ ବହଳଦା ଜୟକୃଷ୍ଣ ନାୟକ, ନିର୍ବାହୀ କୃଷି ଯନ୍ତ୍ରୀ ତରଣୀକାନ୍ତ ଦାସ, ରାଇରଙ୍ଗପୁର ବ୍ଲକ କୃଷି ଅଧିକାରୀ ପ୍ରଦୀପ ପ୍ରସାଦ ଦାସ, ବିଜାତଳା ବ୍ଲକ କୃଷି ଅଧିକାରୀ ପ୍ରଦୀପ୍ତ କୁମାର ନାୟକ, ରାଇରଙ୍ଗପୁର ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରଦ୍ଧାଞ୍ଜଳି ସାହୁ, ସହକାରୀ କୃଷି ଅଧିକାରୀ ଅଙ୍କିତା ନାଏକ, ଧରିତ୍ରୀ ଟୁଡୁ , ୩୨ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ମୀନା ସୋରେନ, ବିଜାତଳା ସହକାରୀ କୃଷି ଅଧିକାରୀ, ରାଇଙ୍ଗପୁର ମୃତ୍ତିକା ସଂରକ୍ଷଣ ଅଧିକାରୀ, ରାଇରଙ୍ଗପୁର ସହକାରୀ ଉଦ୍ୟାନ ଅଧିକାରୀ, ସିଡିପିଓ ଓ ସୁଦର୍ଶନପୁର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ କୃଷି ଓଭରସିଅର ସୌମ୍ୟରଂଜନ ମହାନ୍ତି ପରିଚାଳନା କରିଥିଲେ |
ଏଥିରେ ଟ୍ରାକ୍ଟର, ପାୱାର ଟିଲର, ୱିଡର, ପାୱାର ଅପରେଟର ଥୈସର, କମ୍ବାଇନ ହାରବେଷ୍ଟର, ୱିଡର, ଥୈସର, ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ, ମୃତ୍ତିମା ସଂରକ୍ଷଣ ବିଭାଗ , ମିଶନଶକ୍ତିମାନଙ୍କର ଉଦ୍ଦୋଗ ତଥା ଅନ୍ୟାନ୍ୟ ବିଭାଗର କୃଷି ଯନ୍ତ୍ରପାତିଗୁଡିକୁ ପ୍ରଦର୍ଶିତ କରିଥିଲେ | ଏଥିରୁ ଚାଷୀମାନେ କୃଷି ଯନ୍ତ୍ରପାତି ର ବ୍ୟବହାର , ଦାମ୍ ତଥା ସରକାରୀ ରିହାତି ସମ୍ପର୍କରେ ଅବଗତ ହୋଇପାରିଥିଲେ | ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକର ଚାଷୀ ଭାଇଭଉଣୀଗଣ ବହୁସଂଖ୍ୟାରେ ଯୋଗ ଦେଇଥିଲେ |