ଓଡ଼ିଆ ନ୍ୟୁଜ୍: ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ବାସଡର। ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହେଲେ ବ୍ରାଣ୍ଡ୍ ଆମ୍ବାସଡର। ଜନଗଣନା ସଚେତନତାକୁ ଅଧିକ ପ୍ରଭାବୀ କରିବେ ବାଲୁକା ଶିଳ୍ପୀ ସୁଦର୍ଶନ।
କାରଣ ସେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ବାସଡର ହୋଇଛନ୍ତି । ଫଳରେ ଜନଗଣନା ସଚେତନତାକୁ ଅଧିକ ପ୍ରଭାବୀ କରିବେ ବାଲୁକା ଶିଳ୍ପୀ ସୁଦର୍ଶନ । ଖାସ୍ କରି ସେ ବାଲୁକା କଳା ମଧ୍ୟରେ ଲୋକଙ୍କୁ ସଚେତନ କରିବେ ସୁଦର୍ଶନ ।
ଦେଶରେ ପରବର୍ତ୍ତୀ ଜନଗଣନା ୨୦୨୭ରୁ ଆରମ୍ଭ ହେବ। ଏଥିରେ ଲୋକଙ୍କ ଜାତି ଓ ସାମାଜିକ-ଆର୍ଥିକ ବିବରଣୀକୁ ମଧ୍ୟ ସାମିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଜନଗଣନା ୨୦୨୭ ଓ ଜାତି ଜନଗଣନା ଭାରତର ରାଜନୀତିକ ଓ ସାମାଜିକ ସଂରଚନାରେ ଏକ ଐତିହାସିକ ମୋଡ଼ ପ୍ରମାଣିତ ହୋଇପାରେ।