ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାୱାର

0

ଓଡ଼ିଆ ନ୍ୟୁଜ୍: ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାୱାର। ଦିବଂଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ନେଲେ ଶପଥ। ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ପୂର୍ବରୁ ଦଳୀୟ ନେତାମାନେ ସୁନେତ୍ରା ପାୱାରଙ୍କୁ ସେମାନଙ୍କର ନେତା ଭାବରେ ନିର୍ବାଚିତ କରିଥିଲେ ଏବଂ ସେ ତାଙ୍କ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ସେ ରାଜ୍ୟସଭା ଉପାଧ୍ୟକ୍ଷ ଏବଂ ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନଙ୍କୁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଥିଲେ। ସୁନେତ୍ରା ୨୦୨୪ ଲୋକସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

ଆଜି ଦଳୀୟ ବିଧାୟକମାନଙ୍କ ଏକ ବୈଠକରେ ରାଜ୍ୟ ସଭାପତି ସୁନୀଲ ତଟକରେ ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଅଜିତ ପାୱାରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଦିଲୀପ ୱାଲସେ ପାଟିଲ ସୁନେତ୍ରା ପାୱାରଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଛଗନ ଭୁଜବଳ ଏହାକୁ ସମର୍ଥନ କରିଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ବିଧାୟକମାନେ ସୁନେତ୍ରାଙ୍କ ବିଧାୟକ ନେତା ଭାବରେ ସମର୍ଥନ କରିଥିଲେ।

Leave A Reply

Your email address will not be published.