ଦ୍ୱିତୀୟ ନେତୃତ୍ୱର କୌଣସି ପ୍ରଶ୍ନ ଉଠୁନି: କଳିକେଶ ନାରାୟଣ ସିଂଦେଓ

0

ଓଡ଼ିଆ ନ୍ୟୁଜ୍:  ନବୀନଙ୍କୁ ଭେଟିବା ପରେ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରତିକ୍ରିୟା। ନବୀନଙ୍କ ପରେ କୌଣସି ଲିଡରସିପ୍‌ର ପ୍ରଶ୍ନ ଉଠୁନି।ଦ୍ୱିତୀୟ ନେତୃତ୍ୱର କୌଣସି ପ୍ରଶ୍ନ ଉଠୁନି କହିଲେ କଳିକେଶ।ନବୀନଙ୍କ ସହ ପୂରା ବିଜୁ ଜନତା ଦଳ ରହିଛି। ଦଳ ଯାହା ଦାୟିତ୍ୱ ଦେଇଛି ସୂଚାର ରୂପେ ପାଳନ କରୁଛି।ବହୁତ ଦିନ ହେଲା ନବୀନ ବାବୁଙ୍କୁ ଭେଟି ନଥିଲି, ଆଜି ଭେଟିଲି।ବଲାଙ୍ଗିର ଜିଲ୍ଲାରେ ସାଂଗଠନିକ ସ୍ଥିତି ଉପରେ ଆଲୋଚନା ହେଲା।ବଲାଙ୍ଗିର ଜିଲ୍ଲାର ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କଲୁ। କୌଣସି ପ୍ରକାର ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ହୋଇନି।ରାଜ୍ୟରେ ଯେଉଁ ସ୍ଥିତି ରହିଛି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେଲେ ସୁଧୁରିବ।୨୪ ବର୍ଷ ଧରି ରାଜ୍ୟକୁ ଗୋଲ୍ଡେନ୍ ପିରିୟଡ୍ ଦେଇଛନ୍ତି ନବୀନ।ଦଳ ଯାହା ଦାୟିତ୍ୱ ଦେବ ତାହା ନିର୍ବାହ କରିବି: କଳିକେଶ।

ସୂଚନା ଥାଉକି, କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨ ଦିନ ତଳେ ଚର୍ଚ୍ଚା ହେଉଥିଲା । କିଏ ହେବ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ବୋଲି ତର୍ଜମା ଚାଲିଥିଲା ? ନେତୃତ୍ୱ ଦେବାକୁ ଦିବ୍ୟଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ ସୁପାରିସ କରିଥିଲେ। ତେବେ ନେତୃତ୍ୱ ପ୍ରସଙ୍ଗକୁ ନେଇ ବିଜେଡିରେ ବିବାଦ ଦେଖାଦେଇଥିଲା। ନେତା ହୋଇଥିଲେ ମୁହାମୁହିଁ। ଏବେ ସବୁ ପ୍ରଶ୍ନର ମିଳିଛି ଉତ୍ତର । କେହି ଆଉ ଉତ୍ତରାଧିକାରୀ ନୁହେଁ ବରଂ ନବୀନ ସର୍ବୋଚ୍ଚ ନେତା ବୋଲି ହୋଇଛି ସ୍ପଷ୍ଟ ।

Leave A Reply

Your email address will not be published.