ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ମହାକାଶ ଯାତ୍ରା କରିଛନ୍ତି। ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରି ଇତିହାସ ରଚିଲେ ସୁନୀତା ଓ୍ବିଲିୟମ୍ସ । ଅନ୍ତରୀକ୍ଷ ସ୍ସେସ ଷ୍ଟେସନ ଅଭିମୁଖେ ଗତ 5 ତାରିଖ ରାତି ପ୍ରାୟ 8ଟା 22ଟାରେ ବାହାରିଥିବା ବେଳେ ସଠିକ ସମୟରେ ସେ ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ସୁନୀତାଙ୍କ ମହାକାଶ ଯାନ ପହଞ୍ଚିଛି।
ଏହି ଅବସରରେ ଖୁସିରେ ଆତ୍ମବିଭୋର ହୋଇ ସୁନୀତା ନାଚୁଥିବାର ଦେଖୁଥିବା ମିଳିଥିଲା। ଏହି ମହାକାଶ ଯାତ୍ରା ଦ୍ୱାରା ସୁନୀତା ଏକ ଐତିହାସିକ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି। ମହାକାଶ ଯାତ୍ରାରେ ସେ ପ୍ରଥମ ମହିଳା ପାଇଲଟ ସହିତ ଏକ ନୂଆ ସ୍ପେସ୍କ୍ରାଫ୍ଟକୁ ଚଳାଇବାର ରେକର୍ଡ କରିଛନ୍ତି। ସୁନୀତା ଏବଂ ତାଙ୍କ ସହ ପାଇଲଟ୍ ଗୁରୁବାର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। ସେମାନେ ପହଞ୍ଚିବା ପରେ ମହାକାଶ କେନ୍ଦ୍ରରେ ଥିବା ଅନ୍ୟ ମହାକାଶଚାରୀମାନେ ପାରମ୍ପରିକ ବେଲ୍ ବଜାଇ ଉଭୟଙ୍କୁ ସ୍ୱାଗତ କରିଥିଲେ।
ସୁନୀତା ସେଠାରେ ପହଞ୍ଚିବା ପରେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଗତ ବୁଧବାର ଦିନ ଫ୍ଲୋରିଡାସ୍ଥିତ କେପ୍ କାନାଭେରାଲ ସ୍ପେଶ୍ ଫୋର୍ସ ଷ୍ଟେଶନରୁ ସୁନୀତା ଏବଂ ୱିଲମୋର ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ୨୬ ଘଣ୍ଟାର ଯାତ୍ରା ପରେ ସେମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। ସ୍ପେସ୍କ୍ରାଫ୍ଟରେ ସାମାନ୍ୟ ବୈଷୟିକ ତ୍ରୁଟି ଯୋଗୁ ସେମାନେ ୧ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ।
Comments are closed.