ଗ୍ରୀଷ୍ମକାଳୀନ ଛୁଟିର ନାମ ପରିବର୍ତ୍ତନ କରିଛନ୍ତି ସୁପ୍ରିମକୋର୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁପ୍ରିମକୋର୍ଟରେ ଆଉ ରହିବନି ‘ଗ୍ରୀଷ୍ମକାଳୀନ ଅବକାଶ ଛୁଟି’। ଏହି ଶବ୍ଦର ସ୍ଥାନ ନେବ ‘ଆଂଶିକ ଅଦାଲତ କାର୍ଯ୍ୟ ଦିବସ’ । ନିଜ ନିୟମରେ ସଂଶୋଧନ କରି ସୁପ୍ରିମକୋର୍ଟ ପକ୍ଷରୁ ଏପରି ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟର ନିୟମର ସଂଶୋଧନ କରାଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

ତେବେ ଯେତେବେଳେ ଅନେକ ବିଭାଗ କୋର୍ଟର ଦୀର୍ଘ ଛୁଟିଦିନ ଉପରେ ପ୍ରଶ୍ନ ଉଠାଇଥିଲେ ସେତିକିବେଳେ ସୁପ୍ରିମକୋର୍ଟ ଏପରି ଏକ ନିଷ୍ପତ୍ତି ନେଇଥିଲେ। ତେବେ ୨୦୨୫ରେ ପ୍ରକାଶିତ ସୁପ୍ରିମକୋର୍ଟଙ୍କ କ୍ୟାଲେଣ୍ଡର ଅନୁଯାୟୀ, ଆଂଶିକ ନ୍ୟାୟାଳୟ କାର୍ଯ୍ୟ ଦିବସ ୨୬ ମଇ ୨୦୨୫ରୁ ଆରମ୍ଭ ହୋଇ ୧୪ ଜୁଲାଇ ୨୦୨୫ରେ ଶେଷ ହେବ। ସବୁ ବର୍ଷ ମେ’- ଜୁନ୍‌ ମାସରେ ସୁପ୍ରିମକୋର୍ଟରେ ସାତ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ଗ୍ରୀଷ୍ମକାଳୀନ ଅବକାଶ ହୋଇଥାଏ।

ସେହିପରି ଡିସେମ୍ବର ମାସରେ ପ୍ରବଳ ଶୀତ ସମୟରେ ବି ଛୁଟି ହୋଇଥାଏ। କିନ୍ତୁ ତାହା ମଧ୍ୟରେ ଅବକାଶକାଳୀନ ବେଞ୍ଚ ବସିଥାଏ। ଉକ୍ତ ବେଞ୍ଚ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥାନ୍ତି। ଏହି ଛୁଟି ସମୟରେ ଜଜ୍‌ମାନେ ପରିବାର ସହ ବିଦେଶ ଯାଇ ଛୁଟି କାଟୁଥିବା କୁହାଯାଉଥିଲା। ଏପରିକି କୋର୍ଟରେ ବିଭିନ୍ନ ମାମଲା ପଡ଼ି ରହିଥିବା ବେଳେ ବିଚାରପତିମାନେ ବିଦେଶରେ ମଜାମସ୍ତି କରୁଥିବା କୁହାଯାଉଥିଲା।

Leave A Reply

Your email address will not be published.