ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧାମନଗରରେ ବିଜେପିର ବିଜୟ। ବାପା ବିଷ୍ଣୁ ସେଠୀଙ୍କ ଠାରୁ ଡବଲ ଭୋଟରେ ବିଜୟୀ ହେଲେ ସୂର୍ଯ୍ୟବଂଶୀ ସୁରଜ।ସେପଟେ ବିଜେଡିର ବିଜୟରେ ଲାଗିଛି ବ୍ରେକ। କେଉଁ ଫ୍ୟାକ୍ଟର ବିଜେପି ପାଇଁ କାମ କଲା ଓ ବିଜେଡି ହାରିଲା ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ନିଜ ଆସନକୁ ବଞ୍ଚାଇବାରେ ସକ୍ଷମ ହୋଇଛି ଭାରତୀୟ ଜନତା ପାର୍ଟି। ବିଜେପି ଧାମନଗର ଉପ ନିର୍ବାଚନରେ ଜିତିଛି। 2019 ସାଧାରଣ ନିର୍ବାଚନ ପରେ ଲଗାତର 5ଟି ଉପ ନିର୍ବାଚନରେ ପରାଜୟ ପରେ ପ୍ରଥମ ଥର ପାଇଁ ଧାମନଗର ଉପ ନିର୍ବାଚନରେ ଦଳ ଜିତିଛି। ସୁରଜଙ୍କ ପ୍ରତି ଅନୁକମ୍ପାର ପ୍ରତିଫଳନ ଦେଖିବାକୁ ମିଳିଛି। ବାପା ବିଷ୍ଣୁ ସେଠୀଙ୍କ ଠାରୁ ଡବଲ ଭୋଟ ରେ ଜିତିଛନ୍ତି ପୁଅ ସୂର୍ଯ୍ୟବଂଶୀ ସୁରଜ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ବିଷ୍ଣୁ ସେଠୀଙ୍କ ଏକାଦଶରେ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ମଙ୍ଗ ଧରିବା ସହ ପ୍ରଭାରୀ ,ବରିଷ୍ଠ ନେତା ମନମୋହନ ସାମଲଙ୍କୁ ନେଇ ଗୋଟିଏ ଟିମ ହୋଇ ଦଳ ଲଢ଼ିଥିଲା।ଦ୍ଵିତୀୟରେ ରାଜେନ୍ଦ୍ର ଦାସଙ୍କ ବିଦ୍ରୋହ ବିଜେପିକୁ ସୁହାଇଲା। ଯେତିକି ଭୋଟ୍ ଅବନ୍ତି ଦାସ କମରେ ରହିଲେ ପ୍ରାୟ ସେତିକି ଭୋଟ୍ ହାତେଇ ନେଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ। ବିଜେପିର ସବୁଠାରୁ ବଡ଼ ଉପଲବ୍ଧି ହେଲା ପୂର୍ବ ଉପନିର୍ବାଚନରେ ବିଜେଡି ୫୦% ରୁ ଅଧିକ ଭୋଟ ପାଇଥିଲା ତାକୁ କମାଇବାରେ ବିଜେପି ସଫଳ ହୋଇଛି।ବିଜେପି ପାଇଁ ଧାମନଗର ସମ୍ମାନ ର ପ୍ରଶ୍ନ ଥିଲା। ବିଷ୍ଣୁ ସେଠୀ ବିଧାନସଭାରେ ଦଳର ଡେପୁଟି ଲିଡର ଥିଲେ। ତେଣୁ ତାଙ୍କ ସିଟ୍ କୁ ଜିତିବା ବିଜେପି ପାଇଁ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ। ନହେଲେ ଏହା ବିଜେପି କର୍ମଙ୍କ ମନୋବଳ ଉପରେ ପ୍ରଭାବ ପକାଇଥାନ୍ତା।
ଧାମନଗର ଉପ ନିର୍ବାଚନ ଫଳାଫଳ କେଉଁ ଦଳକୁ କଣ ବାର୍ତ୍ତା ଦେଇଛି। ବିଜେପିକୁ ପୁଣିଥରେ ଏକ ମାହୋଲ ମିଳିଛି। ଆଗାମୀ ପଦ୍ମପୁର ଉପ ନିର୍ବାଚନ ଦଳ ଆହୁରି ସଙ୍ଗଠିତ ହୋଇ ଲଢ଼ିବ। ଏଣିକି ବିଜେପି ନିର୍ବାଚନ ପରିଚାଳନାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ। ସେହିପରି ବିଜେଡି ପରାଜୟ ପାଇଁ ସମୀକ୍ଷା କରିବ। ଏହା ସହ ପଦ୍ମପୁର ଉପ ନିର୍ବାଚନରେ ଦମ ଦେଖାଇବା ପାଇଁ ଯୋଜନା ପ୍ରସ୍ତୁତ କରିବ। 24 ସାଧାରଣ ନିର୍ବାଚନ ପୂର୍ଵରୁ ବିଜେଡି ପଦ୍ମପୁର ଉପ ନିର୍ବାଚନ ମାଧ୍ୟମରେ ବାର୍ତ୍ତା ଦେବାକୁ ପ୍ରୟାସ କରିବ।
କଂଗ୍ରେସ ବ୍ରଜରାଜନଗର ଉପ ନିର୍ବାଚନରେ ଦ୍ଵିତୀୟ ସ୍ଥାନକୁ ଆସିଥିଲେ ମଧ୍ୟ ଧାମନଗର ଉପ ନିର୍ବାଚନରେ ନିଜର ସ୍ଥିତି ଜାହିର କରିପାରିନି। ଅମାନତ ହରାଇଛି କଂଗ୍ରେସ।