ଓଡ଼ିଆ ନ୍ୟୁଜ୍: କୋଟିଆକୁ ପ୍ରବେଶ କଲେ ବନ୍ଧା ହେବେ ଆନ୍ଧ୍ର ଅଧିକାରୀ।ଏପରି ଚେତାବନୀ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।କୋଟିଆକୁ ନେଇ ଉଚ୍ଚସ୍ତରୀୟ ବୈଠକ ପରେ ଏପରି କହିଲେ ରାଜସ୍ୱ ମନ୍ତ୍ରୀ।ଆନ୍ଧ୍ରର ଲୋକ କୋଟିଆକୁ ବୁଲିବାକୁ ଆସି ପାରିବେ।କିନ୍ତୁ କୋଟିଆବାସୀଙ୍କୁ ପ୍ରଲୋଭିତ କଲେ କି ଲିଫ୍ଲେଟ ବାଣ୍ଟିଲେ କାର୍ଯ୍ୟାନୁଷ୍ଠାନ। ଓଡ଼ିଶା କୋଟିଆର ମାଆ, ଆନ୍ଧ୍ର ହେଉଛି ମାଉସୀ’।ମାଆ ବଞ୍ଚିଥିବା ପର୍ଯ୍ୟନ୍ତ ମାଉସୀର ଆବଶ୍ୟକ ନାହିଁ: ସୁରେଶ ପୂଜାରୀ।ଆମ ସରକାର ପାଇଁ ଭୁବନେଶ୍ବର ଯେତିକି ଗୁରୁତ୍ୱପୂର୍ଣ୍ଣ କୋଟିଆ ସେତିକି।ବିକଶିତ କୋଟିଆ ନିର୍ମାଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି।
ଆମ ସରକାର ପାଇଁ ଭୁବନେଶ୍ବର ଯେତିକି ଗୁରୁତ୍ୱପୂର୍ଣ୍ଣ କୋଟିଆ ସେତିକି ଗୁରୁତ୍ୱପୂର୍ଣ୍ଣ । ଲଗାତାର କୋଟିଆକୁ ସରକାର ପରିଦର୍ଶନରେ ଯିବେ । ବିକଶିତ କୋଟିଆ ନିର୍ମାଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା ନିର୍ମାଣ ଓ ଟେଲି ଯୋଗାଯୋଗ ପାଇଁ ଟାୱାର ନିର୍ମାଣ ମଧ୍ୟ କରାଯିବ ବୋଲି କୋଟିଆ ବୈଠକ ପରେ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।