ମହାନଦୀ ସମସ୍ୟା ପାଇଁ ବିଜେଡିଦାୟୀ: ସୁରେଶ ପୂଜାରୀ

0

ଓଡ଼ିଆ ନ୍ୟୁଜ୍: ମହାନଦୀ ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଲେ ରାଜସ୍ବ ମନ୍ତ୍ରୀ। ମହାନଦୀ ଟ୍ରିବ୍ୟୁନାଲରେ ବିଳମ୍ବ ବିଜେଡି ସରକାରରେ ହୋଇଥିଲା। ୨୪ ବର୍ଷ ଶାସନ ବେଳେ ଏହି ସମସ୍ୟା ସୃଷ୍ଟି ହୋଇଥିଲା।ମହାନଦୀ ପ୍ରସଙ୍ଗରେ ବିଜେଡିକୁ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଟାର୍ଗେଟ । ଖୋଲିଲେ ବିଜେଡି ପୋଲ । କାହିଁକି ଟ୍ରିବୁନାଲରେ ବିଳମ୍ବ ହୋଇଥିଲା ମାମଲା । ବିଜେଡି ସରକାରରେ ମନ୍ତ୍ରୀଙ୍କ ବିଧାନସଭା ବିବୃତି ବଢ଼େଇଥିଲା ଅଡୁଆ । ମନ୍ତ୍ରୀ କହିଛନ୍ତି ମହାନଦୀ ସମସ୍ୟା ଆମେ ଉତ୍ତରଧିକାରୀ ସୂତ୍ରରେ ବିଗତ ସରକାର ଠାରୁ ପାଇଛୁ । ୨୪ ବର୍ଷ ଶାସନ ବେଳେ ଏ ସମସ୍ୟା ସୃଷ୍ଟି ହୋଇଥିଲା ।

୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ଛତିଶଗଡ଼ ସରକାର ୫୦୦ ରୁ ଅଧିକ ବ୍ୟାରେଜ ନିର୍ମାଣ କଲେ । ଯେଉଁ ସମୟରେ ନିର୍ମାଣ କଲେ ସେ ସମୟରେ ବିରୋଧ କଲେ ନାହିଁ. କେନ୍ଦ୍ର ସରକାର ଟ୍ରିବୁନାଲ କଲେ ଅଢେଇ ବର୍ଷ କାର୍ଯ୍ୟକାଳ, ନିୟମ ଅନୁଯାୟୀ ଥରେ ବଢ଼େଇଲେ ପାଞ୍ଚ ବର୍ଷ । ଓଡିଶା କେବଳ ଗୋଟିଏ ସାକ୍ଷୀକୁ ଟ୍ରିବୁନାଲ ସାମ୍ନାରେ ଉପସ୍ଥାପନ କଲା ଆହୁରି ୨୧ ଜଣଙ୍କ ତାଲିକା ଦିଆଯାଇଥିଲା କିନ୍ତୁ ସକ୍ଷ୍ୟ ଗ୍ରହଣ ହେଲା ନାଇଁ । ସତ୍ୟପାଠ ମଧ୍ୟ ଦଖଲ ହେଲା ନାହିଁ ।

Leave A Reply

Your email address will not be published.