ଯେଉଁଠି ସଂଶୋଧନ ଆବଶ୍ୟକ ଆମେ କରିବୁ: ସୁରେଶ ପୂଜାରୀ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟର ୨୪ ଟି ସ୍ଥାନର ଇଂରାଜୀ ନାମର ସଂଶୋଧନ ନେଇ ରାଜସ୍ୱ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅନ୍ୟ ଜିଲ୍ଲାରୁ ସଂଶୋଧନ ପାଇଁ ଦାବି ଉଠିଛି। ଯାହାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ସମସ୍ତଙ୍କ ପ୍ରସ୍ତାବ ଗ୍ରହଣ କରିବାକୁ ଆମେ ପ୍ରସ୍ତୁତ ଅଛୁ। ପ୍ରଥମ ପର୍ଯ୍ୟାୟରେ ଯେତିକି ଆସିଲା ଵିଜ୍ଞାପନ ଜରିଆରେ ସେ ଅଞ୍ଚଳର ଲୋକଙ୍କ ମତାମତ ମାଗିଛୁ । ଏବେ ଯେଉଁମାନେ ସେମାନଙ୍କ ଗାଁ ନାମ କୁ ନେଇ ସୂଚନା ବା ଆବେଦନ କରିବେ ତାକୁ ବିଚାରକୁ ନେବୁ । ଓଡ଼ିଆ ଏପଟ ସେପଟ ହେବନାହିଁ । ଇଂରାଜୀ ଲେଟର ବଦଳିବ । ଏହି କ୍ରମ ଆରମ୍ଭ ହେଲା । ଯେଉଁ ଯେଉଁ ଜାଗାରେ ଏମିତି ଭୁଲ ହୋଇଥିବ ଲୋକଙ୍କ ପ୍ରସ୍ତାବ ଆସିବ ସବୁ ଗ୍ରହଣ କରାଯିବ ।

ଗୁଡ଼ାଏ ଜାଗାରେ କେନ୍ଦ୍ର ସରକାରଙ୍କ ଅନୁମତି ଦରକାର । ରାଜସ୍ବ ବିଭାଗର ଦସ୍ତାବିଜ ପ୍ରସ୍ତୁତ ହେଲା ପରେ କେନ୍ଦ୍ର ସରକାରଙ୍କ ଦସ୍ତାବିଜରେ ଚଢିଥାଏ । ଯେଉଁଠି କେନ୍ଦ୍ର ସରକାରଙ୍କ ସହାୟତା ଦରକାର ଆମେ ସହାୟତା ନେବୁ । ଯେଉଁ ଗାଁ ନାମ ପୂର୍ବଜ ମାନେ ଯୁଗ ଯୁଗ ଧରି ସ୍ଥିର କରିଥିଲେ ତାର ଶବ୍ଦାବଳି ହିନ୍ଦୀ କିମ୍ବା ଇଂରାଜୀ ରେ ହେବା ବେଳକୁ ନିଖୁଣ ପାଇଁ ପ୍ରୟାସ କରିବୁ ସ୍ପେଲିଙ୍ଗ ଇଂରାଜୀ କିମ୍ବା ହିନ୍ଦୀ ହେଉ କିନ୍ତୁ ଓଡ଼ିଆ ଠିକ ହେବ ।

Leave A Reply

Your email address will not be published.