ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାରୁଜା ଘଟଣାର ସନ୍ଦିଗ୍ଧ ଅଣସେବାୟତ ଗିରଫ, କହିଲା ମୁଁ ରାଗରେ ଚୁଲି ଭାଙ୍ଗିଛି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାରୁଜା ଘଟଣାର ସିସିଟିଭି ଆଧାରରେ ସନ୍ଦିଗ୍ଧ ଅଣସେବାୟତ ଗିରଫ । ସନ୍ଦିଗ୍ଧକୁ ଧରାଯିବା ପରେ ପୁରୀ ଏସ୍‌ପି କନୱର ବିଶାଲ ସିଂ ପ୍ରେସ୍‌ମିଟ୍‌ କରିଛନ୍ତି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା କହିଛନ୍ତି। ଉକ୍ତ ସନ୍ଦିଗ୍ଧଙ୍କ ନାଁ ଜେ. ମହାପାତ୍ର ବୟସ ୩୦ ବର୍ଷ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। । ଶ୍ରୀମନ୍ଦିରରେ କାଣ୍ଡ ଭିଆଇଥିବା ସେ ସ୍ୱୀକାର କରିଛି । ଅଭିଯୁକ୍ତ ଘଟଣା ଦିନ ଶ୍ରୀମନ୍ଦିର ଆସି ବୁଲିଥିଲା । ଭଲ ନ ଲାଗିବାରୁ ଓ ରାଗରେ ଚୁଲି ଭାଙ୍ଗିଥିବା ସ୍ୱୀକାର କରିଛି ।  ଗିରଫ ପରେ ତାଙ୍କ ପରିବାର ସହ ଆଲୋଚନା କରିଛି ପୋଲିସ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ।  ଜେ. ମହାପାତ୍ରଙ୍କୁ ବେଗୁନିଆ ଅଞ୍ଚଳରୁ ଗିରଫ କରିବା ପରେ ତାଙ୍କ ପରିବାର ସହ ଆଲୋଚନା କରିଛି ପୁଲିସ । ମାନସିକ ସ୍ଥିତି ନେଇ ମେଡିକାଲ ଟେଷ୍ଟିଂ କରାଯିବ । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି ପ୍ରେସମିଟରେ ପୁରୀ ଏସପି ସୂଚନା ଦେଇଛନ୍ତି ।

ପ୍ରଥମେ ନିଜକୁ ଜଗନ୍ନାଥଙ୍କ ଭକ୍ତ ବୋଲି ଦାବି କରିବା ସହ ଭଗବାନଙ୍କ ସେବା ମଧ୍ୟ କରିଥିଲା । ହେଲେ ହଠାତ୍ ତା’ର ମାନସିକ ସ୍ଥିତି ଖରାପ ହୋଇଥିଲା । ମାନସିକ ସ୍ଥିତି ଖରାପ ହେବା ପରେ ରୋଷଘରେ ପଶି ସମସ୍ତ ଚୁଲା ଭାଙ୍ଗିଦେଇଥିଲା । ପ୍ରଥମ ଦିନ ଜେ. ମହାପାତ୍ରକୁ ପଚରାଉଚରାରୁ ପୁରୀ ପୁଲିସକୁ ଏମିତି କିଛି ତଥ୍ୟ ମିଳିଛି। ଗତ ଶନିବାର ଶ୍ରୀମନ୍ଦିର ରୋଷଘର ଭିତରେ ପଶି ୪୩ଟି ଚୁଲି ଭାଙ୍ଗି ଦେଇଥିଲା ଦୁର୍ବୃତ୍ତ ।

Leave A Reply

Your email address will not be published.