ଓଡ଼ିଆ ନ୍ୟୁଜ୍: କର୍ଣ୍ଣାଟକର ଅବସରପ୍ରାପ୍ତ ଡିଜିପିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ବେଙ୍ଗାଲୁରୁ ଘରୁ ଅବସରପ୍ରାପ୍ତ ଡିଜିପି ଓମ ପ୍ରକାଶଙ୍କ ରକ୍ତାକ୍ତ ମୃତଦେହ ପୁଲିସ ଉଦ୍ଧାର କରିଛି। ଆଜି ସନ୍ଧ୍ୟାରେ ଅବସରପ୍ରାପ୍ତ ଡିଜିପି ଓମ ପ୍ରକାଶଙ୍କ ମୃତ୍ୟୁ ନେଇ ପୁଲିସ କମିଶନର ସୂଚନା ଦେଇଛନ୍ତି। କର୍ଣ୍ଣାଟକର ଅବସରପ୍ରାପ୍ତ ପୁଲିସ ମହାନିର୍ଦେଶକ (ଡିଜିପି)ଙ୍କ ସନ୍ଦେହଜନକ ଭାବେ ମୃତ୍ୟ ଘଟଣାର ପ୍ରାଥମିକ ତଦନ୍ତ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି। ଅବସରପ୍ରାପ୍ତ ଡିଜିପି ଓମ ପ୍ରକାଶଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ସନ୍ଦେହ ଘେରରେ ପତ୍ନୀଙ୍କ ଭୂମିକା ରହିତିବାବେଳେ ତାଙ୍କୁ ଅଟକ ରଖି ପୁଲିସ ପଚରା ଉଚୁରା କରୁଛି। କର୍ଣ୍ଣାଟକର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓମ ପ୍ରକାଶଙ୍କୁ ରବିବାର ବେଙ୍ଗାଲୁରୁର ଏଚ୍ଏସ୍ଆର ଲେଆଉଟ୍ସ୍ଥିତ ତାଙ୍କ ବାସଭବନରେ ରହସ୍ୟମୟ ପରିସ୍ଥିତିରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି ବୋଲି ପୁଲିସ କହିଛି। ପୋଲିସ ସୂତ୍ର ଅନୁଯାୟୀ, ତାଙ୍କ ପତ୍ନୀ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ଅପରାହ୍ନରେ, ଉଚ୍ଚସ୍ତରୀୟ ଏଚ୍ଏସ୍ଆର ଲେଆଉଟ୍ସ୍ଥିତ ତାଙ୍କ ତିନି ମହଲା ବିଶିଷ୍ଟ ଘରର ତଳ ମହଲାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରକାଶଙ୍କ ପତ୍ନୀ ପଲ୍ଲବୀ ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ତଦନ୍ତ ପରେ, ପ୍ରକାଶଙ୍କୁ ହତ୍ୟା କରାଯାଇଥିବା ନିଶ୍ଚିତ ହୋଇଥିଲା।
ହତ୍ୟା ନିଶ୍ଚିତ ହୋଇଛି, କିନ୍ତୁ ହତ୍ୟାକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ତଦନ୍ତାଧୀନ ଅଛି। ବର୍ତ୍ତମାନ, ପତ୍ନୀ ହେଉଛନ୍ତି ପ୍ରାଥମିକ ସନ୍ଦିଗ୍ଧ। ପୁଲିସ ତାଙ୍କ ସ୍ତ୍ରୀଙ୍କ ସମ୍ପୃକ୍ତି ସନ୍ଦେହ କରୁଛି, କାରଣ ସେ ଏବଂ ତାଙ୍କ ଝିଅ ଉଭୟ ସେହି ସମୟରେ ବାସଗୃହରେ ଉପସ୍ଥିତ ଥିଲେ। ପୁଲିସ କହିବା ଅନୁଯାୟୀ, ପ୍ରଥମେ ପତ୍ନୀ ହିଁ ହତ୍ୟା ରିପୋର୍ଟ କରିବାକୁ ପୁଲିସକୁ ଫୋନ୍ କରିଥିଲେ। କିନ୍ତୁ, ଯେତେବେଳେ ପୁଲିସ ଦଳ ସେମାନଙ୍କ ବାସଭବନରେ ପହଞ୍ଚିଲା, ସେ ଦ୍ୱାର ଖୋଲିବାକୁ ମନା କରିଦେଲେ, ଯାହା ଆହୁରି ସନ୍ଦେହ ସୃଷ୍ଟି କଲା। ସେ ତାଙ୍କର ସମସ୍ତ ସମ୍ପତ୍ତି ତାଙ୍କ ପୁଅକୁ ହସ୍ତାନ୍ତର କରିବାକୁ ଚାହୁଁଥିଲେ, ଯାହା ତାଙ୍କ ସ୍ତ୍ରୀଙ୍କ ପାଇଁ ଅସହଜ ନିଷ୍ପତ୍ତି ଥିଲା। ସୂଚନା ପାଇବା ପରେ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଅବସରପ୍ରାପ୍ତ ଡିଜିପିଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସେଣ୍ଟ ଜନସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୋଷ୍ଟମର୍ଟମ ପରେ ସୋମବାର ସକାଳେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ। ପୁଲିସ ଘଟଣା ସମ୍ପର୍କରେ ପ୍ରକାଶଙ୍କ ପତ୍ନୀ ପଲ୍ଲବୀଙ୍କୁ ପଚରାଉଚରା ଆରମ୍ଭ କରିଛି।