ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍: ପାଣ୍ଡ୍ୟା ନେବେ ଟିମ୍ ଇଣ୍ଡିଆର ନେତୃତ୍ୱ!

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଆଉ ଅଳ୍ପଦିନର ବ୍ୟବଧାନ ପରେ ଆରମ୍ଭ ହୋଇଯିବ ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ । ଜୁନ ୯ରୁ ଆରମ୍ଭ ହେବାକୁଥିବା ଏହି ସିରିଜ୍‌ରେ ମୋଟ୍ ୫ଟି ମ୍ୟାଚ୍ ଖେଳାଯିବ। ତେବେ ଏହି ସିରିଜରେ ଭାରତୀୟ ଦଳର ଦଳର ଅଧିନାୟକ ରୋହିତ ଶର୍ମା ଏହି ଟି-୨୦ ସିରିଜ୍ ଖେଳିବେ ନାହିଁ। ଚୟନକର୍ତ୍ତା ଇଂଲଣ୍ଡ ଗସ୍ତ, ଏସିଆ କପ୍ ଏବଂ ଟି-୨୦ ବିଶ୍ଵ କପକୁ ଦୃଷ୍ଟିରେ ରଖି ଦଳର ପ୍ରମୁଖ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ବିଚାର କରୁଛନ୍ତି।

ସେହିପରି ଆଇପିଏଲ ୨୦୨୨ ପରେ ଦଳର ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ଲୋକେଶ ରାହୁଲ, କିପର ଋଷଭ ପନ୍ତ, ଦ୍ରୁତ ମହମ୍ମଦ ଶାମି ଏବଂ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇପାରେ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଦଳର ନେତୃତ୍ଵ କିଏ ନେବ ତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚର୍ଚ୍ଚା ଶୀର୍ଷରେ ରହିଛି। କାରଣ ପାଣ୍ଡ୍ୟା ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଛନ୍ତି । ତାଙ୍କ ଟିମ୍ ଗୁଜୁରାଟ ଟାଇଟନ୍ସ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ତେଣୁ ଦଳର ନେତୃତ୍ୱ ଭାର ମ୍ୟାନେଜମେଣ୍ଟ ତାଙ୍କୁ ଦିଆଯାଇପାରେ ।

Leave A Reply

Your email address will not be published.