ଆଜି ପ୍ଲେ-ଅଫ୍ ପାଇଁ ଟାଇଟନ୍ସକୁ ଟକ୍କର ଦେବ ଚ୍ୟାଲେଞ୍ଜର୍ସ

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଚଳିତ ଆଇପିଏଲ୍ର ୬୭ତମ ଲିଗ୍ ମୁକାବିଲାରେ ଆଜି ପ୍ଲେ-ଅଫ୍ ପାଇଁ ଗୁଜରାଟ ଟାଇଟନ୍ସକୁ ଟକ୍କର ଦେବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଗୁଜରାଟ ଟାଇଟନ୍ସ ପ୍ଲେ-ଅଫ୍ରେ ସ୍ଥାନ ପକ୍କା କରିସାରିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଏହା ଶେଷ ସୁଯୋଗ। ୧୪ ପଏଣ୍ଟ ହାସଲ କରିସାରିଥିବା ରୟାଲ ଚ୍ୟାଲେଞ୍ଜର୍ସ ଆଜିର ମ୍ୟାଚ୍ରେ ଟାଇଟନ୍ସକୁ ହରାଇ ପାରିଲେ ପଏଣ୍ଟ ତାଲିକାର ଚତୁର୍ଥକୁ ଉନ୍ନୀତ ହେବ । କିନ୍ତୁ, ରୟାଲ୍ ଚ୍ୟାଲେଞ୍ଜର୍ସ ପାଇଁ ପ୍ଲେ-ଅଫ୍ରେ ପ୍ରବେଶ କରିବା ସେତେ ସହଜ ନୁହେଁ ।

ଟାଇଟନ୍ସ ବିପକ୍ଷରେ ବଡ ବ୍ୟବଧାନରେ ବିଜୟ ଓ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ଦିଲ୍ଲୀ କ୍ୟାପିଟାଲ୍ସ ପରାଜିତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ପ୍ଲେ-ଅଫ୍ରେ ପ୍ରବେଶ କରିପାରିବ। ଏଥିପାଇଁ ଫାଫ ଡୁ ପ୍ଲେସି, ବିରାଟ କୋହଲି ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ମଧ୍ୟରୁ ଜଣଙ୍କୁ ବିଶାଳ ଇନିଂସ ଖେଳିବାକୁ ପଡ଼ିବ । ଏଥିସହ ଜୋସ ହାଜେଲଉଡ୍ ଓ ସାଥୀଙ୍କୁ ମଧ୍ୟ ଘାତକ ବୋଲିଂ କରିବାକୁ ହେବ । ଅନ୍ୟପଟେ ଟାଇଟନ୍ସ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ୧୩ଟି ମ୍ୟାଚ୍ ଖେଳି ଦଳ ୧୦ଟି ମ୍ୟାଚ୍ ଜିତି ଏକ ପ୍ରକାର ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଛି । ତେଣୁ ଆସନ୍ତା କାଲି ଟାଇଟନ୍ସ ନିକଟରୁ ଆଉ ଏକ ଦଳଗତ ପ୍ରଦର୍ଶନ ଦେଖିବାକୁ ମିଳିପାରେ ।

Leave A Reply

Your email address will not be published.