ରାଜ୍ୟରେ କାୟା ମେଲାଉଛି ଟମାଟୋ ଫ୍ଲୁ

0

କଟକ(ଓଡ଼ିଆ ନ୍ୟୁଜ୍‌): ଧିରେ ଧିରେ ରାଜ୍ୟର କାୟା ବିସ୍ତାର କରୁଛି ଟମାଟୋ ଫ୍ଲୁ ।  ସହରାଞ୍ଚଳ ପରେ ଗ୍ରାମାଞ୍ଚଳର ଶିଶୁମାନଙ୍କ ଠାରେ ଏବେ ଟମାଟୋ ଫ୍ଲୁ ରୋଗ ଦେଖିବାକୁ ମିଳିଛି । ଦୈନିକ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଟମାଟୋ ଫ୍ଲୁ ଆକ୍ରାନ୍ତ ୧୦ରୁ ଅଧିକ ଶିଶୁ ଆସୁଥିବା ଦେଖିବାକୁ ମିଳିଛି । ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ମଧ୍ୟରେ ଏହି ରୋଗ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଏହି ରୋଗ ହେବା ଦ୍ୱାରା ଶିଶୁର ପାଟି, ହାଟ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଶୂନ ଫୋଟକା ହେବା ସହ ପାଟିରେ ଘା’ ହୋଇଯାଉଛି ।

ଟମାଟୋ ଫ୍ଲୁ ଏକ ପ୍ରକାର ଡିଆଁ ରୋଗ ବୋଲି କହିବା ସହ ଏଥିପାଇଁ ଭୟବିତ ନହେବାକୁ ଡାକ୍ତର  କହିଛନ୍ତି। ଏହି ରୋଗରେ ଶିଶୁମାନଙ୍କ ପାଟିରେ ଘା’ ହେବାରୁ ଖାଇବାରେ ଅସୁବିଧା ହେବାରୁ ଦୁର୍ବଳ ହୋଇପଡୁଛନ୍ତି । ଏହା ସାଧାରରତଃ ୫ରୁ ୭ ଦିନ ମଧ୍ୟରେ ଭଲ ହେଉଛି । 

Leave A Reply

Your email address will not be published.