ବିଶ୍ୱକପ୍ ଅଧାରୁ ଟିମ୍ ଇଣ୍ଡିଆ କ୍ୟାମ୍ପ ଛାଡ଼ିଲେ ଏହି ଖେଳାଳି

0

ଓଡ଼ିଆ ନ୍ୟୁଜ୍: ବିଶ୍ୱକପ୍ ଅଧାରୁ ଟିମ୍ ଇଣ୍ଡିଆ କ୍ୟାମ୍ପ ଛାଡ଼ି ଫେରିଲେ ରିଙ୍କୁ ସିଂ।ପିତା ଖାନଚାନ୍ଦ ସିଂହ ଗୁରୁତର ଅସୁସ୍ଥ ହେବାରୁ ଜରୁରୀକାଳୀନ ଭାବେ ଫେରିଛନ୍ତି ରିଙ୍କୁ। ଚେନ୍ନାଇରେ ଅଭ୍ୟାସ ବେଳେ ମଧ୍ୟ ସେ ଯୋଗ ଦେଇ ନଥିଲେ।ଜିମ୍ବାୱେ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ସୁପର-୮ ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ଆଶଙ୍କା।

ରିପୋର୍ଟ ଅନୁଯାୟୀ, ରିଙ୍କୁ ସିଂଙ୍କ ବାପା ଖାନଚନ୍ଦ ସିଂଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ରହିଛି। ତାଙ୍କ ପିତାଙ୍କ ଲିଭର କ୍ୟାନସର ଚତୁର୍ଥ ଷ୍ଟେଜରେ ପହଞ୍ଚିଛି। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଉଲ୍ଲେଖନୀୟ ରିଙ୍କୁ ସିଂ ଚଳିତ ବିଶ୍ଵକପରେ ଏ ପର୍ଯ୍ୟନ୍ତ କିଛି ଖାସ ପ୍ରଦର୍ଶନ କରି ପାରି ନାହାନ୍ତି। ୫ଟି ମ୍ୟାଚରୁ ସେ ମାତ୍ର ୨୪ ରନ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଗତ ମ୍ୟାଚରେ ସେ ଖାତା ବି ଖୋଲି ପାରି ନ ଥିଲେ। ରିଙ୍କୁଙ୍କ ପିତା ଖାନଚନ୍ଦଙ୍କୁ ଗ୍ରେଟର ନୋଏଡାର ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.