ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ତାଳଚେର ବିଧାୟକ, ଅନେକ ବିଷୟରେ କଲେ ଦୃଷ୍ଟି ଆକର୍ଷଣ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆଜି ଭୁବନେଶ୍ୱର ଠାରେ ତାଳଚେର ଓ ଅନୁଗୋଳ ଜିଲ୍ଲା ର ବିଭିନ୍ନ ସମସ୍ୟା ସମ୍ପର୍କରେ  ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ସହ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ରଙ୍କ ସବିଶେଷ ଆଲୋଚନା କରିଥିଲେ। ତାଳଚେର ମେଡିକାଲ କଲେଜକୁ ତୁରନ୍ତ ଚାଲୁ କରିବା, ତାଳଚେର ଥର୍ମାଲ TTPS/NTPC ର ଭୂମିପୂଜନ ସହ ନିର୍ମାଣ କାର୍ଯ୍ୟ ଆରମ୍ଭ, , FCI ର କାର୍ଯ୍ୟ ତୁରନ୍ତ ସଂପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବା, MCL ଜମିହରା ଗ୍ରାମଗୁଡିକରେ ବାସ ଗୃହ ହସ୍ତାନ୍ତର ବର୍ଷ ସମସ୍ତ ସାବାଳକ ମାନଙ୍କୁ ନିଯୁକ୍ତି ଓ ଜମି ଓ ଗୃହ ଗୁଡିକର କ୍ଷତିପୂରଣ ରାଶି ପ୍ରଦାନ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ତୁରନ୍ତ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇବା।

ତାଳଚେରର ଭବିଷ୍ୟତ ପିଢିଙ୍କର ଜୀବନ ଜୀବିକା ଓ ରୋଜଗାର ନିମନ୍ତେ ପ୍ରତି ବର୍ଷ ୨୦୦୦ କୋଟି ଲେଖାଏ ଜିଲ୍ଲା ପ୍ରଶାସନଙ୍କ ନିକଟରେ MCL ଜମା ଦେବା, କୋଇଲା ବୋଝେଇ ଟ୍ରେନ ଗୁଡ଼ିକରେ ପଲଭିଡା ବ୍ୟବସ୍ଥା କାର୍ଯ୍ୟକାରୀ କରାଇ ପ୍ରଦୂଷଣ କମ କରିବା ସହିତ ରୋଜଗାର ସୃଷ୍ଟି କରିବା ଇତ୍ୟାଦି ସମ୍ବନ୍ଧରେ ସବିଶେଷ ଆଲୋଚନା କରି ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.