ତାଲିବାନୀ ଶାସନର କଠୋରତା: ବୁର୍ଖା ପିନ୍ଧି ଖବର ପଢିଲେ ଉପସ୍ଥାପିକା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସୀମା ଟପିଲା ଆଫଗାନର ତାଲିବାନୀ ଶାସନ । ଗୋଟିଏ ପରେ ଗୋଟିଏ କଠୋର କଟକଣା ଲଗାଇ ଚାଲିଛନ୍ତି ତାଲିବାନୀ । ଆଫଗାନିସ୍ତାନରେ ତାଲିବାନ ଶାସକ ନିଜର କଠୋରତା ବୃଦ୍ଧି କରୁଛନ୍ତି । ରବିବାର ତାଲିବାନ ଏହାର ଆଦେଶ ଲାଗୁ କରି ଦେଇଛି, ଯେଉଁଥିରେ କୁହାଯାଇଥିଲା ଯେ, ସମସ୍ତ ମହିଳା ଆଙ୍କର ଖବର ପଢିବା ସମୟରେ ଚେହେରା ଢାଙ୍କିବା ଜରୁରି । ମାନବାଧିକାର ଆୟୋଗ କାର୍ୟ୍ୟକର୍ତ୍ତା ତାଲିବାନର ଏହି ଆଦେଶକୁ ନିନ୍ଦା କରିଛନ୍ତି ।

ତିନିଦିନ ତଳେ ତାଲିବାନ ଆଦେଶ ଦେଇଥିଲା ଯେ, ମହିଳା ଆଙ୍କର ଚେହେରା ଘୋଡାଇ ଖବର ପଢନ୍ତୁ । ଏହି ଆଦେଶ ପରେ କିଛି ମହିଳା ଆଙ୍କର ଚେହେରା ଘୋଡଇ ଖବର ପଢୁଥିବାର ନଜର ଆସିଛି । କିନ୍ତୁ ରବିବାର ଦିନ ଏହି ଘୋଷଣା ଘୋଷଣା ହେବା ପରେ ତାଲିବାନ ତରଫରୁ କିଛି ନାମୀଦାମୀ ଗଣମାଧ୍ୟମ ସଂଗଠନ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବରେ ପାଳନ କରିଥିଲେ, ଯାହା ପରେ ଅଧିକାଂଶ ଗଣମାଧ୍ୟମ ଅନୁଷ୍ଠାନର ମହିଳା ଟିଭି ଆଙ୍କରମାନେ ମୁହଁ ଘୋଡାଇ ଖବର ପଢୁଥିବା ନଜର ଆସିଛି।

ଟୋଲୋ ନ୍ୟୁଜର ଏକ ଟିଭି ଆଙ୍କର୍ ସୋନିଆ ନିୟାଜି କହିଛନ୍ତି, “ଏହା କେବଳ ଏକ ବାହ୍ୟ ସଂସ୍କୃତି ଯାହା ଆମ ଉପରେ ଲଗାଯାଇଛି, ଯାହା ଆମ ଚେହେରାକୁ ଆଚ୍ଛାଦନ କରିବାକୁ ବାଧ୍ୟ କରିଥାଏ । କାର୍ୟ୍ୟକ୍ରମ ସମୟରେ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛୁ ବୋଲି ସେ କହିଥିଲେ।” ତେବେ ଏକ ସ୍ଥାନୀୟ ମିଡିଆ କହିଛି ଯେ ତାଙ୍କୁ ଗତ ସପ୍ତାହରେ ଏନେଇ ଆଦେଶ ମିଳିଥିଲା । କିନ୍ତୁ ରବିବାର ଏହାକୁ କଡ଼ାକଡ଼ି ପାଳନ କରିବାକୁ ଧମକ ଦିଆଯାଇଥିଲା ।

 

Leave A Reply

Your email address will not be published.