ଅମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରେନ, କିନ୍ତୁ କିଛି କ୍ଷତି ହେଲାନି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ରାୟଗଡ଼ରୁ ସମ୍ବଲପୁର ଅଭିମୁଖେ ବାହାରିଥିବା ତପସ୍ୱିନୀ ଏକ୍ସପ୍ରେସ ଥେରୁବାଲି ଷ୍ଟେସନ ଛାଡିବା ପରେ ବୃନ୍ଦାବାଡି ନିକଟରେ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକ ପହଂଚି ଆମ୍ବୁଲାନ୍ସକୁ ବାହାର କରିବା ପରେ ଟ୍ରେନ 20 ମିନିଟ ବିଳମ୍ବରେ ଛାଡିଥିବା ସୂଚନା ରହିଛି । ଖବର ଅନୁଯାୟୀ ଥେରୁବାଲି ନିକଟ ବୃନ୍ଦାବାଡି ନିକଟରେ ଏକ ରେଳ ଫାଟକ ରହିଛି। ସବୁବେଳେ ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି ବିକଳ୍ପ ରାସ୍ତା ତିଆରି ହେବା ପରଠାରୁ ସେହି ରାସ୍ତ ଦେଇ କୌଣସି ଜାନ ବାହାନ ଚଳାଚଳ କରେନାହିଁ ।

ରାସ୍ତା ଖରାପ ରହିଥିବାରୁ ବେଳେ ବେଳେ ଉକ୍ତ ଫାଟକ ରାସ୍ତାକୁ ବେଳେ ବେଳେ ଛୋଟିଆ ଚାରିଚକିଆ ଜାନ ବ୍ୟବହାର କରନ୍ତି।ଆଜି ଆମ୍ବୁଲାନ୍ସ ସେହି ରାସ୍ତା ଦେଇ ଯିବା ବେଳେ ରେଳ ଧାରଣା ମଝିରେ ହଠାତ୍ ଆମ୍ବୁଲାନ୍ସ ଟିର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ଇତି ମଧ୍ୟରେ ରାୟଗଡ଼ରୁ ସମ୍ବଲପୁର ଅଭିମୁଖେ ବାହାରିଥିବା ତପସ୍ୱିନୀ ଏକ୍ସପ୍ରେସ ହଠାତ୍ ଆସିଯାଇଥିଲା ।
ଟ୍ରେନକୁ ଅତି ନିକଟରୁ ଦେଖି ଡ୍ରାଇଭର ନିଜ ଜୀବନ ବଞ୍ଚାଇ ଆମ୍ବୁଲାନ୍ସ ଠାରୁ ଡେଇଁ ପଡ଼ିଥିଲେ । ସେପଟେ ଟ୍ରେନ ପାଇଲଟ ମଧ୍ୟ ଅତି ନିକଟରୁ ଟ୍ରେନ ପ୍ରକାରେ ଆମ୍ବୁଲାନ୍ସ ଦେଖି ସତର୍କତାର ସହିତ ବ୍ରଜ ମାରିଥିଲେ ଫଳରେ ଟ୍ରେନଟି ଆସି ଆମ୍ବୁଲାନ୍ସ କୁ ସାମାନ୍ୟ ଧକା ଦେଇଥିଲା।ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଟ୍ରେନ ସାମନାରୁ ବାହାର କରିବା ପରେ ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳକୁ ବାହାରି ଥିଲା । ସବୁଠାରୁ ବଡ଼କଥା ଆମ୍ବୁଲାନ୍ସଟି ବୁରୁନ୍ଦାବାଡି ଗାଁ କୁ ରୋଗୀ ଆଣିବାକୁ ଯାଉଥିବା ଯୋଗୁଁ ଆମ୍ବୁଲାନ୍ସ ଟାରେ କେହି ନଥିଲେ । ଅପରପକ୍ଷେ ଟ୍ରେନ ପାଇଲଟ ମଧ୍ୟ ନିଜ ବୁଦ୍ଧି ଖଟାଇ ଟ୍ରେନ ଅଟକାଇଥିରୁ ଏକ ବଡଧରଣର ଦୁର୍ଘଟଣା କରାଯାଇଛି । କିନ୍ତୁ ବିଭାଗ ତରଫରୁ ଏ ନେଇ କୌଣସି ସୂଚନା ମିଳିପାରି ନାହିଁ।

Leave A Reply

Your email address will not be published.