ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଡିପ୍ଫେକ୍ ଭିଡିଓର ଶିକାର ହୋଇଛନ୍ତି ଟାଟା ଗ୍ରୁପ୍ର ମୁଖ୍ୟ ରତନ ଟାଟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଅଭିନେତ୍ରୀ ରଶ୍ମିକା ମନ୍ଦାନା, କାଜୋଲ, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକଙ୍କର ଝିଅ ସାରା ତେନ୍ଦୁଲକର ପ୍ରମୁଖ ଏହାର ଶିକାର ହେଲା ପରେ ଏବେ ପୁଣି ଏହାର ଶିକାର ହୋଇଛନ୍ତି ରତନ ଟାଟା ।
ତେବେ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ଘୁରିବୁଲୁଛି ଯେଉଁଥିରେ ଟାଟାଙ୍କୁ ନିବେଶ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି। ସେହି ଭିଡିଓ ନକଲି ବୋଲି ଟାଟା ସ୍ପଷ୍ଟ କରିଛନ୍ତି। ଟାଟାଙ୍କ ଏକ ଡିପ୍ଫେକ୍ ସାକ୍ଷାତକାରକୁ ଭିଡିଓର ପ୍ରଦର୍ଶନ କରାଯାଇଛି। ସୋନା ଅଗ୍ରୱାଲ୍ ନାମକ ଏକ ହ୍ୟାଣ୍ଡେଲ୍ରୁ ସେହି ଭିଡିଓ ପୋଷ୍ଟ କରାଯାଇଛି। ସେଥିରେ ଲେଖାଯାଇଛି ଯେ ଭାରତର ସମସ୍ତଙ୍କ ପାଇଁ ରତନ ଟାଟାଙ୍କ ତରଫରୁ ପରାମର୍ଶ।
ଡିପ୍ଫେକ୍ ଭିଡିଓ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ପ୍ରିୟଙ୍କାଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଭିଡିଓରେ ତାଙ୍କ ମୁହଁକୁ ଏଡିଟ୍ କରାଯାଇନଥିବା ବେଳେ ଏକ ନକଲି ବିଜ୍ଞାପନରେ ତାଙ୍କ ପୁରୁଣା ଅସଲି ଭିଡିଓର ସ୍ବର ଓ କଥାକୁ ବ୍ୟବହାର କରାଯାଇଛି।