ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜାଲ୍ ସାର୍ଟିଫିକେଟରେ ଚାକିରି କରି ବନ୍ଧା ହେଲେ ଶିକ୍ଷୟିତ୍ରୀ। ଜାଲ ସାର୍ଟିଫିକେଟରେ ୨୦୧୨ରୁ କରୁଥିଲେ ଚାକିରି କରୁଥିଲେ ଶିକ୍ଷୟିତ୍ରୀ। ବଲାଙ୍ଗିର ପୁଇଁତଳା ଥାନା ରଣ୍ଡା ହାଇସ୍କୁ ହିନ୍ଦୀ ଶିକ୍ଷୟିତ୍ରୀ ମୃମୟୀ ପଣ୍ଡାକୁ ଗିରଫ କରିଛି ଵଲାଙ୍ଗିର ଟାଉନ ପୋଲିସ । ଜାଲ ସାର୍ଟିଫିକେଟରେ ୨୦୧୨ରୁ ଚାକିରି କରୁଥିବା ଵଲାଙ୍ଗିର ଡିଇଓ ଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଛି । ଏଥିସହ ବିଭିନ୍ନ ହାଇସ୍କୁଲର ଆଉ ତିନିଜଣ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏମାନେ ସମସ୍ତେ ଜାଲ୍ ସାର୍ଟିଫିକେରେ ଚାକିରି ହାତେଇଥିବା ଅଭିଯୋଗ ହୋଇଛି । ଏବେ ଅନ୍ୟମାନେ ଫେରାର ଥିବା ଜଣାପଡିଛି ।
ତେବେ କିପରି ଜାଲ ସାର୍ଟିଫିକେଟ ତିଆରି ହୋଇଛି ଏନେଇ ତଦନ୍ତ କରୁଛି ପୋଲିସ । ପୂର୍ବରୁ ଵଲାଙ୍ଗିରର ନକଲି ସାର୍ଟିଫିକେଟ ଘଟଣା ଚର୍ଚ୍ଚାରେ ଥିବା ବେଳେ କ୍ରାଇମବ୍ରାଞ୍ଚ ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ କରିଥିଲା ।