ଓଡ଼ିଆ ନ୍ୟୁଜ୍: ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ । ୫ ଦିନ ପରେ ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ । ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି । ୭ ଦିନ ଭିତରେ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଶିକ୍ଷକଙ୍କୁ ପ୍ରତିଶ୍ରୁତି । ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ତରଫରୁ ୭ ଦଫା ଦାବି ନେଇ ଲୋୟର ପିଏମ୍ଜିରେ ଦୁଇ ଦିନ ଧରି ବିକ୍ଷୋଭ ସମାବେଶ ହୋଇଥିଲା ।
ଶିକ୍ଷା ବିଭାଗ ସଚିବ ତଥା କମିଶନର ଏନ୍ ତିରୁମାଲା ପାଚିକା ମହାସଂଘ ସହ ଆଲୋଚନା ପରେ ବିକ୍ଷୋଭ ସମାବେଶକୁ ସାମୟିକ ପାଇଁ ସ୍ଥଗିତ ରଖାଗଲା ବୋଲି ମହାସଂଘ ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ସ୍ୱାଇଁ କହିଛନ୍ତି, ପାଚିକାଙ୍କ ନିଯୁକ୍ତିପତ୍ର ପାଇଁ ସରକାର ପଦକ୍ଷେପ ନିଅନ୍ତୁ । ମାସିକ ୧୩୮୬୦ ଟଙ୍କା ପ୍ରଦାନ କରନ୍ତୁ । ଅବସରକାଳୀନ ଭତ୍ତା ୧ଲକ୍ଷ ଟଙ୍କା ପ୍ରଦାନ କରାଯାଉ ବୋଲି ସେ କହିଛନ୍ତି । ସେହିପରି ୫ ଦିନ ଧରି ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି।