ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ବାମନଘାଟୀ ଶାଖାର ଉପଖଣ୍ଡସ୍ତରୀୟ ବୈଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ, ରାଇରଙ୍ଗପୁର ସଭାଗୁହରେ ଅନୂସୁଚିତ ଜାତି ଓ ଜନଜାତି ବିଭାଗୀୟ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ବାମନଘାଟୀ ଶାଖାର ଉପଖଣ୍ଡସ୍ତରୀୟ ବୈଠକ ସଂଘର ସଭାପତି ସୋଲାମଣି ମାରାର୍ଣ୍ଡିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |

ମୁଖ୍ଯ ଅତିଥି ଭାବରେ ମୟୂରଭଞ୍ଜ ଜିଲ୍ଲା ଶାଖା ସଭାପତି ଚିତରଞ୍ଜନ ପ୍ରତିହାରୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶାଖା ସମ୍ପାଦକ ଧ୍ରୁବଚରଣ ମୁର୍ମୁ, ସ୍ବତନ୍ତ୍ର ଅତିଥି ଭାବେ ଜିଲ୍ଲା ଶାଖା ଉପସଭାପତି ରୋହିଣୀ କୁମାର ମହାନ୍ତ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, କୋଷାଧ୍ଯକ୍ଷ ପଦ୍ମଲୋଚନ ଆଚାର୍ଯ୍ଯ ଓ ସମୀକ୍ଷକ ରାମଚନ୍ଦ୍ର ମାଝୀ ଯୋଗ ଦେଇଥିଲେ | ବାମନଘାଟୀ ଶାଖାର ସମ୍ପାଦକ ଗୁରୁପ୍ରସାଦ ମହାକୁଡ , କୋଷାଧ୍ଯକ୍ଷ ପଦ୍ମାଳୟା ସୋରେନ, ଉପଦେଷ୍ଟା କାନ୍ତିପ୍ରଭା ଷଡଙ୍ଗୀ ମଞ୍ଚାସୀନ ହୋଇଥିଲେ | ଏହି ବୈଠକରେ ସଂଘକର୍ତ୍ତାଙ୍କ ବିଭିନ୍ନ କାର୍ଯ୍ଯକଳାପ, ଆର୍ଥିକ ଦେଣନେଣ ତଥା ଶିକ୍ଷକଶିକ୍ଷୟତ୍ରୀ ମାନଙ୍କର ବିଭିନ୍ନ ସୁବିଧା ଅସୁବିଧା କଥା, ଉପଖଣ୍ଡ କର୍ମକର୍ତ୍ତାମାନେ ସେମାନଙ୍କ ବକ୍ତବ୍ଯରେ ପ୍ରକାଶ କରିଥିଲେ |

ଆଲୋଚ୍ଯ ବିଷୟ ମଧ୍ଯରେ ଦରମା ପ୍ରଦାନରେ ବିଳମ୍ବରେ ସମାଧାନ, କ୍ଯାଡର ରୁଲରେ ସଂଶୋଧନ, ଗ୍ରେଡେସନ ଲିଷ୍ଟରେ ଥିବା ତୁଟିବିଚ୍ଯୁତିର ସଂଶୋଧନ , ଜିଲ୍ଲାରେ ଏମସିଟି ଶିକ୍ଷକଙ୍କ ଆଇଏସସି ସିଟି / ଆଇଏ ସିଟି ପଦବୀକୁ ପଦୋନ୍ନତି ନ ପାଇବା, ଜିଲ୍ଲାସ୍ତରରେ ପଦୋନ୍ନତି ବ୍ଯବସ୍ଥାରେ ବିଳମ୍ବର କାରଣ , ବିଦ୍ଯାଳୟମାନଙ୍କର ବିଭିନ୍ନ ସମସ୍ଯା , ଏଚ୍ ଆର ଏ ସମସ୍ଯା ଅବଗତ କରାଇବା ଆଦି ପ୍ରମୁଖ ଥିଲା | ଏହି ବୈଠକରେ ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ ବିଭାଗୀୟ ଅନେକ ଶିକ୍ଷକଶିକ୍ଷୟତ୍ରୀ ଯୋଗଦାନ କରିଥିଲେ ସୁଦ୍ଧା ଯୋଗଦାନ ଉତ୍ସାହଜନକ ନ ଥିଲା ଯାହା କି ଜିଲ୍ଲା ସଂଘକର୍ତ୍ତାଗଣ ଏହାର ଆଶୁ ପ୍ରତିକାର ଜରୁରୀ ବୋଲି ବକ୍ତବ୍ଯରେ ପ୍ରକାଶ କରିଥିଲେ | ସଂଘ ସମ୍ପାଦକ ଶିକ୍ଷକ ଶ୍ରୀଯୁକ୍ତ ମହାକୁଡ ଅତିଥି ପରିଚୟ ପ୍ରଦାନ କରିଥିଲେ | ଉପଖଣ୍ଡର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ବୈଠକ ପରିଚାଳନାରେ ସହଯୋଗ କରିଥିଲେ | ସଭାପତି ଶ୍ରୀମତୀ ମାର୍ଣ୍ଡି ସଭାର ଉପସଂହାର ବାର୍ତା ପ୍ରଦାନ ଅନ୍ତେ ସମ୍ପାଦକ ସମସ୍ତ ଅତିଥି ତଥା ଉପଖଣ୍ଡର ସମସ୍ତ ପ୍ରଧାନ/ସହାୟକ ଶିକ୍ଷକଶିକ୍ଷୟତ୍ରୀ ସମସ୍ତଙ୍କୁ ସେମାନଙ୍କ ଦିଗଦର୍ଶନ ତଥା ସହଯୋଗ ନିମନ୍ତେ କୁତଜ୍ଞତା ପ୍ରକାଶ କରିଥିଲେ |

Leave A Reply

Your email address will not be published.