ବୃଷଭର ତୃତୀୟ ଶ୍ରାଦ୍ଧ ବାର୍ଷିକ ପାଳନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭଲ ଭାବରେ ଦେଖନ୍ତୁ ଲାଗିଛି ଚୁଲା, ବସିଛି ହଣ୍ଡା ଆଉ ଚାଲିଛି ପରିବା କଟା, ଆଉ ରୋସିଆ ବି ପୁରା ପ୍ରସ୍ତୁତ। ସେପଟେ ଚାଲିଛି ପୂଜା ପାଠ ସହିତ ଶ୍ରଦ୍ଧାଞ୍ଜଳି ସଭା। ହେଲେ ଏହି ଶ୍ରଦ୍ଧାଞ୍ଜଳି ସଭା କୌଣସି ବ୍ୟକ୍ତିର ନୁହଁ। ଏ ସଭା ହେଉଛି ଗୋଟେ ଷଣ୍ଢ ର। ଯାହାର 3 ବର୍ଷ ତଳେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଆଉ ସେହି ଷଣ୍ଢର ଆଜି ତୃତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଳନ କରାଯାଉଛି। ଆଉ ଏଥିରେ ସାମିଲ ହୋଇଛନ୍ତି ସହ ସହ ଲୋକ।

ଭଦ୍ରକ ଜିଲ୍ଳା ଧାମନଗର ବିଜ୍ଞପିତ ଅଞ୍ଚଳ ଜୟନଗର ଛକ ଠାରେ ଏକ ବୁଲା ଷଣ୍ଢ ଟିକୁ 2021 ମସିହାରେ ଏକ ବୋଲେର ଧକ୍କା ଦେଇଥିଲା ଫଳରେ ଷେଣ୍ଢଟି ଦୃଘଟଣାର ସ୍ୱୀକାର ହୋଇ ରାସ୍ତା ଉପରେ ପଡିରହିଥିଲା। ଏହି ସମୟରେ ସ୍ଥାନୀୟ ଗ୍ରାମର ସମାଜ ସେବୀ ବା ଘରୋଇ ଗୋ ସେବକ ଶିଶିର ସ୍ୱାଇଁ ଙ୍କ ନଜର ପଡିଥିଲା। ସେ ଗ୍ରାମର ଲୋକଙ୍କ ସହାୟତାରେ ଦୀର୍ଘ ୧ମାସ କାଳ ଚିକିତ୍ସା କରିଥିଲେ କିଛି ଦିନପରେ ଷେଣ୍ଢଟିର ମୃତ୍ୟୁ ଘଟିଥିଲା।

ଏହାକୁ ନେଇ ଗ୍ରାମର ଲୋକ ମାନେ ଦୁଃଖରେ ଭାଙ୍ଗିପଡିଥିବା ବେଳେ ବହୁ ଧୁମ ଧାମ ରେ ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲେ। ଏଥିରେ ଆଖ ପାଖ ଅଂଚଳର ବହୁଲୋକ ସାମିଲ ହୋଇ ଶୁଦ୍ଧିକ୍ରିୟା ସହ ଏକାଦଶ କ୍ରିୟା ସମ୍ପର୍ଣ୍ଣ କରିଥିଲେ। ସେବେଠାରୁ ଏହାକୁ ମନେ ରଖିବା ପାଇଁ 3 ବର୍ଷ ହେବ ଷେଣ୍ଢ ଟିର ବାର୍ଷିକ ଉତ୍ସବ ବହୁ ଧୁମ ଧାମ ରେ ଗ୍ରାମ ଲୋକେ ସମାଧି ସ୍ଥଳରେ ଭଜନ କୀର୍ତ୍ତନ ସହ ପୂଜା ପାଠ ଓ ନିକଟରେ ୪ ରୁ ୫ ଖଣ୍ଡ ଗ୍ରାମ ଲୋକଙ୍କୁ ଭୋଜି ଭାତ କରି ଦିଆଯାଇଥିଲା ।

Comments are closed.