ଦକ୍ଷିଣ ଆଫ୍ରିକା ବିପକ୍ଷ T20 ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା: ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଲୋକେଶ ରାହୁଲ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଦକ୍ଷିଣ ଆଫ୍ରିକା ବିପକ୍ଷ T20 ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଲୋକେଶ ରାହୁଲ । ଭାରତୀୟ ଦଳକୁ ଫେରିଛନ୍ତି ଓ୍ଵିକେଟ କିପର ବ୍ୟାଟ୍ସମ୍ୟାନ୍‌ ଦୀନେଶ କାର୍ତ୍ତିକ, ସ୍ପିନର କୁଳଦୀପ ଯାଦବ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଆଇପିଏଲରେ ଭଲ ପ୍ରଦର୍ଶନ ପରେ ଏମାନଙ୍କୁ ସୁଯୋଗ ମିଳିଛି । ନୂଆ ମୁହଁ ଭାବରେ ଉମରାନ୍‌ ମଲ୍ଲିକ ଓ ଅର୍ଶଦୀପ ସିଂଙ୍କୁ ମିଳିଛି ଟି-ଟେ୍ଵଣ୍ଟି ଟିକେଟ୍‌ । ଏମାନେ ଚଳିତ ଆଇପିଏଲରେ ଭଲ ଖେଳି ଚୟନ କମିଚିର ଦୃଷ୍ଟି ଆକର୍ଷଣ କରିଥିଲେ ।

କାଶ୍ମୀରର ଦ୍ରୁତ ବୋଲର ଉମରାନ୍‌ ମଲ୍ଲିକ ଚଳିତ ଆଇପିଏଲରେ ସନ୍‌ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳି ୧୩ ମ୍ୟାଚରୁ ୨୧ ଓ୍ଵିକେଟ ଅକ୍ତିଆର କରିଛନ୍ତି । ଭାରତ ଗସ୍ତରେ ଆସି ଦକ୍ଷିଣ ଆଫ୍ରିକା ୫ଟି ଟି-ଟେ୍ଵଣ୍ଟି ଖେଳିବ । ୯ ତାରିଖରେ ଖେଳାଯିବ ପ୍ରଥମ ମ୍ୟାଚ୍‌ । ଦ୍ୱିତୀୟ ଟି-ଟେ୍ଵଣ୍ଟି କଟକ ବାରବାଟୀରେ ଖେଳାଯିବ । ଟି-ଟେ୍ଵଣ୍ଟି ପାଇଁ ଟିମ୍‌ ସହ ଜୁନ୍‌ ୧ରୁ ଇଂଲଣ୍ଡ ବିପକ୍ଷ ଗୋଟିଏ ଟେଷ୍ଟ ମ୍ୟାଚ୍‌ ପାଇଁ ୧୭ ଜଣିଆ ଦଳ ବି ଘୋଷଣା ହୋଇଛି । ଏଜବାଷ୍ଟନରେ ଜୁଲାଇ ୧ରୁ ୫ ତାରିଖ ଯାଏ ଟେଷ୍ଟ ମ୍ୟାଚ୍‌ ଖେଳାଯିବ ।

Leave A Reply

Your email address will not be published.