ଉତ୍ତରପ୍ରଦେଶ ହାଥରସରେ ଭୟଙ୍କର ଦୁର୍ଘଟଣା: ୫ ମୃତ, ୧୨ରୁ ଅଧିକ ଆହତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଉତ୍ତରପ୍ରଦେଶ ହାଥରସରୁ ଏକ ଦୁଃଖଦ ଖବର ମିଳିଛି । ହାଥରସରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶୁକ୍ରବାର ରାତିରେ ପୋଲିସ ଷ୍ଟେଶନ ସାହପାଓ ଅଞ୍ଚଳରେ ଟ୍ରାକ୍ଟର ଟ୍ରଲି ଏବଂ ଡମ୍ଫର ମଧ୍ୟରେ ମୁହାଁମୁହିଁ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ସାଦାବାଦ-ଜଳେସର ରାସ୍ତାରେ ସାହାପାଓ ଅଞ୍ଚଳର ନଳଗା ବ୍ରାହ୍ମଣ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଟ୍ରାକ୍ଟର-ଟ୍ରଲି ଡମ୍ଫର ସହିତ ମୁହାଁମୁହିଁ ଧକ୍କା ହେବା ପରେ ଅନିୟନ୍ତ୍ରିତ ହରାଇ ଓଲଟି ପଡିଥିଲା। କ୍ୟାଣ୍ଟର ଡ୍ରାଇଭର ସେଠାରୁ ପଳାଇ ଯାଇଥିଲେ। ଏହି ଦୁର୍ଘଟଣାରେ ପ୍ରାୟ ୧୨ଜଣରୁ ଅଧିକ ଆହତ ହୋଇଛନ୍ତି। ସମସ୍ତଙ୍କର ଚିିକିତ୍ସା ଚାଲିଛି ।

Leave A Reply

Your email address will not be published.