ବିଶାଖାପାଟନମରେ ଭୟାବହ ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଶାଖାପାଟନମରେ ଭୟାବହ ଅଗ୍ନିକାଣ୍ଡ। ମାଛଧରା ବନ୍ଦରରେ ଅଗ୍ନିକାଣ୍ଡ ଘଟି ଜଳିଗଲା 40ଟି ଡଙ୍ଗା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ପ୍ରଥମେ ଗୋଟିଏ ଡଙ୍ଗାରେ ଲାଗିବା ପରେ ଏହା 40ଟି ଡଙ୍ଗାକୁ ବ୍ୟାପି ଯାଇଥିଲା ।

ଡଙ୍ଗାରେ ଏଲପିଜି ସିଲିଣ୍ଡର ଥିବାରୁ ଖୁବ୍ ଶୀଘ୍ର ନିଆଁ ବ୍ୟାପିଯିବା ସହ ସିଲିଣ୍ଡର ଫାଟି ବିରାଟ ବିସ୍ଫୋରଣ ଘଟିଥିଲା। ସିଲିଣ୍ଡରଗୁଡିକ ଏପରି ବିସ୍ଫୋରିତ ହୋଇଥିଲା ଯେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ।  କେଉଁ କାରଣରୁ ଡଙ୍ଗାରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଜୀବନ ହାନିର କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ।

ନିଆଁକୁ ଆୟତ୍ତକୁ ଅଣାଯିବା ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିବ। ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ, ଏହି ଅଗ୍ନିକାଣ୍ଡରେ ପ୍ରାୟ 40 ଟି ମତ୍ସ୍ୟଜୀବୀ ବୋଟର କ୍ଷତି ଘଟିଛି। ବୋଟ୍ ପିଛା ଅତି କମରେ 40 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କେହି ଦୁର୍ବୃତ୍ତ ଏହି ଅଗ୍ନିକାଣ୍ଡ ଘଟାଇଥିବା ସେମାନେ ସନ୍ଦେହ କରୁଛନ୍ତି।  ନିକଟରେ ମଧ୍ୟ ଆନ୍ଧ୍ରପ୍ରଦେଶର ବାପାଟଲା ଜିଲ୍ଲାର ନିଜାମପାଟନମ୍ ବନ୍ଦରରେ ଯାନ୍ତ୍ରିକ ମତ୍ସ୍ୟଜୀବୀ ଡଙ୍ଗାରେ ନିଆଁ ଲାଗିଯିବା ପରେ ଦୁଇ ଜଣ ଆହତ ହୋଇଥିଲେ।

Leave A Reply

Your email address will not be published.