ଭାରତ ତିଆରି କରୁଛି ଅସ୍ତ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭାରତ ଏଭଳି ଏକ ଅସ୍ତ୍ର ତିଆରି କରିବାକୁ ଯାଉଛି, ଯାହ ଆଗରେ ଆମେରିକା, ଚୀନ, ଋଷିଆ, ଇସ୍ରାଏଲ ଭଳି ଦେଶ ମଧ୍ୟ ହାର ମାନିଯିବ । ତେବେ କିଛି ଦିନ ପୂର୍ବରୁ ଡିଆରଡିଓ ପକ୍ଷରୁ କୁହାଯାଇଛି ଯେ, ଭାରତ ଏକ ସ୍ୱଦେଶୀ ଲଙ୍ଗ୍ ଏୟାର ଡିଫେନ୍ସ ସିଷ୍ଟମ ଉପରେ କାମ କରୁଛି ।

ଆଉ ଏହି ଡିଫେନ୍ସ ସିଷ୍ଟମର ଶକ୍ତିର ଅନୁମାନ ଆପଣ ଏଥିରୁ ଲଗାଇ ପାରିବେ ଯେ, ଏହା ଦୁନିଆର ସବୁଠାରୁ ବିପଜ୍ଜନକ ଡିଫେନ୍ସ ସିଷ୍ଟମ ଭାବେ ବିବେଚନା କରା ଯାଉଥିବା ଏସ-୪୦୦ ଏବଂ ଏସ-୫୦୦କୁ ମଧ୍ୟ ପଛରେ ପକାଇଦେବ । କାରଣ ଯେଉଁଠି ଏସ-୫୦୦ର ରେଞ୍ଜ ୬୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି, ସେଠାରେ ଭାରତର ଏହି ସ୍ୱଦେଶୀ ଡିଫେନ୍ସ ସିଷ୍ଟମର ରେଞ୍ଜ ୧୦୦୦ ରୁ ବି ଅଧିକ ହେବ । ତେବେ ଯଦି ଏହାକୁ ଜମ୍ମୁ ଓ କଶ୍ମୀରରେ ନିୟୋଜିତ କରାଯାଏ, ତେବେ ଏହାର ରଡାର ପାକିସ୍ତାନ ଓ ଚାଇନା ପଟୁ ୧୦୦୦ କି.ମି ରେଞ୍ଜ ଭିତରେ ଉଡୁଥିବା

ଯେକୌଣସି ମିସାଇଲ କିମ୍ବା ଫାଇଟର ଜେଟର ଡାଇରେକ୍ସନ ଏବଂ ସ୍ପିଡର ସୂଚନା ଦେଇପାରିବ । ତେବେ ଯଦି କୌଣସି ବି ଦିଗରୁ କୌଣସି ମିସାଇଲ ଭାରତ ଆଡକୁ ଆସୁଛି ତେବେ ପୂର୍ବରୁ ହିଁ ଜଣାପଡିଯିବ କି ଏହା କେତେ ସମୟରେ ପହଂଚିବ । ଏହାସହ ପାକିସ୍ତାନ ଏବଂ ଚାଇନାର ଫାଇଟର ଜେଟ ନିଜ ଅଂଚଳରେ ପାଟ୍ରୋଲିଙ୍ଗ କଲେ ମଧ୍ୟ ଏହି ରାଡାର ସେହି ସୂଚନା ଭାରତ ପର୍ଯ୍ୟନ୍ତ ପହଂଚାଇବ । ରିପୋର୍ଟ ମୁତାବକ, ଏହା ଉପରେ ଭାରତ କାମ ଆରମ୍ଭ କରି ସାରିଛି । ଆଗାମୀ ୨ବର୍ଷ ମଧ୍ୟରେ ଏହାକୁ ଭାରତୀୟ ସେନାରେ ସାମିଲ କରାଯିବ ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.