ମୋଦୀଙ୍କୁ ପ୍ରଶଂସା କଲେ ଥରୁର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୋଦୀଙ୍କୁ ପ୍ରଶଂସା କଲେ ଥରୁର । କଂଗ୍ରେସ ସାଂସଦ ଶଶି ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଖୋଲାଖୋଲି ପ୍ରଶଂସା କରିଛନ୍ତି। ମୋଦୀଙ୍କ ମୁସଲିମ୍‌ ରାଷ୍ଟ୍ର ଗସ୍ତକୁ ଥରୁର ଉଦାହରଣୀୟ ବୋଲି କହିଛନ୍ତି। ପ୍ରମୁଖ ମୁସଲିମ୍‌ ରାଷ୍ଟ୍ରମାନଙ୍କ ସହ ଭାରତର ସମ୍ପର୍କ ପୂର୍ବରୁ କେବେ ବି ଭଲ ନଥିବା ଉପରେ ଗୁରୁତ୍ବାରୋପ କରି ଥରୁର ସିଏନଏନ୍‌ -ନ୍ୟୁଜ୍‌ ୧୮ କନକ୍ଲେଭ୍‌ରେ କହିଛନ୍ତି, ସେ ପୂର୍ବରୁ ମୋଦୀଙ୍କୁ ଯେଉଁ ସମାଲୋଚନା କରିଥିଲେ ତାହା ସେ ଫେରାଇ ନେଉଛନ୍ତି।

ଜି-୨୦କୁ ଏକ ଚର୍ଚ୍ଚିତ ଏବଂ ଲୋକପ୍ରିୟ ଶବ୍ଦ କରିଥିବାରୁ ଥରୁର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଥରୁର ମଧ୍ୟ ଭାରତର ‘ଚୀନ୍‌ ନୀତି’କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଥରୁର କହିଛନ୍ତି, ମୋଦୀଙ୍କ ପ୍ରଧାନମନ୍ତ୍ରିତ୍ବର ପ୍ରଥମ ବର୍ଷରେ ସେ ୨୭ ରାଷ୍ଟ୍ର ଗସ୍ତ କରିଥିଲେ। କିନ୍ତୁ ଏଥିରେ ଗୋଟିଏ ବି ମୁସଲିମ ରାଷ୍ଟ୍ର ନଥିଲା। ଜଣେ କଂଗ୍ରେସ ସାଂସଦ ଭାବେ ସେତେବେଳେ ମୁଁ ଏହି ପ୍ରସଙ୍ଗ ଉଠାଇଥିଲି।

Leave A Reply

Your email address will not be published.