ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘଷିପୁରା ବ୍ଲକ ଅନ୍ତର୍ଗତ ଭଣ୍ଡାରିଡିହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସପ୍ତଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା ସଭାପତି ପ୍ରବାସ ନନ୍ଦନ ରାଉତ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଯୁଧିଷ୍ଠିର ନାୟକ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ବିଇଓ ଶରତ ରାଉତ, ସ୍ୱତନ୍ତ୍ର ଅତିଥି ସରପଞ୍ଚ କୃଷ୍ଣଚନ୍ଦ୍ର ରାଉତ, ସମ୍ମାନିତ ଅତିଥି ଭାବେ ସମ୍ପାଦକ ବିପିନୀ ବିହାରୀ ରାଉତ ଓ ଉପସଭାପତି ପ୍ରସନ୍ନ ପୁହାଣ , ଏଲ୍ଆଇସି ଶାଖା ପରିଚାଳକ ସନ୍ତସେବକ ସାଉ, ପୂର୍ବତନ ପ୍ରଧାନ ଆଚାର୍ଯ୍ୟା ହରିପ୍ରିୟା ଦାସ ଯୋଗ ଦେଇଥିଲେ।
ଶିଶୁ ମନ୍ଦିର ର ସଂପାଦକ ବିପିନ ବିହାରୀ ରାଉତ ସଭା ପରିଚାଳନା କରିଥିଲେ। ପ୍ରଧାନ ଆଚାର୍ଯ୍ୟା ସୁଲୋଚନା ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଗୁରୁଜୀ ପୂର୍ଣ୍ଣ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ରେ ବିଜୟୀ ହେଇଥିବା ଖେଳ ତଥା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଛି। ମାତୃ ସମ୍ମିଳନୀ ରେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ମାଆ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠାନର କୁନିକୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଗୁରୁଜୀ ଅକ୍ଷୟ ବୋଇତେଇ, ଗୁରୁମା ସ୍ନେହଲତା ବେହେରା, ରଶ୍ମିରାଣୀ ରାଉତ, ମଳୟ ମଞ୍ଜରୀ ମହାନ୍ତି, ବର୍ଷା ବେଜ , ଅନୁପମା ସାହୁ ଙ୍କ ସହିତ ବିଦ୍ୟୁତ ପରିଷଦ ସଦସ୍ୟ ପ୍ରକାଶ ଚନ୍ଦ୍ର ପୁହାଣ, ଆରତୀ ପାଇକରାୟ ଓ କୋଷାଧ୍ୟକ୍ଷ ସୁଚିତ୍ର ସା ମଧ୍ୟ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।