ଖାତାକୁ ଯିବ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର 18ତମ କିସ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ରିଲିଜ୍‌ କରିଛନ୍ତି। ଦେଶର କୋଟି କୋଟି ଚାଷୀଙ୍କୁ ନବରାତ୍ରୀ ଉପହାର ଦେଇଛନ୍ତି। ମହାରାଷ୍ଟ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏହି ରାଶି ଚାଷୀଙ୍କ ଖାତାକୁ ଟ୍ରାନ୍ସଫର କରିବେ । ଦେଶର ବିଭିନ୍ନ ରାଜ୍ୟର 9.4 କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ‘ଡିବିଟି’ ମାଧ୍ୟମରେ 20 ହଜାର କୋଟି ଟଙ୍କା ଟ୍ରାନ୍ସଫର କରିବେ ପ୍ରଧାନମନ୍ତ୍ରୀ ।

ଏହି ସମସ୍ତ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଅଦ୍ୟାବଧି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ କେନ୍ଦ୍ର ସରକାର ଚାଷୀଙ୍କୁ ମୋଟ ୩.୪୫ ଲକ୍ଷ କୋଟି ଟଙ୍କା ପଠାଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ବା ‘ପିଏମ କିଷାନ’ ଅଧୀନରେ ଦେଶର କୃଷକମାନଙ୍କୁ ବାର୍ଷିକ 6 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର । ପ୍ରତ୍ୟେକ 4 ମାସ ବ୍ୟବଧାନରେ ବାର୍ଷିକ 3 କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ପ୍ରତ୍ୟେକ ଦୁଇ ହଜାର ଟଙ୍କା ପଠାଯାଉଛି ।

ଏହି କେନ୍ଦ୍ରୀୟ ଯୋଜନା ଏବେ 18ତମ କିସ୍ତିରେ ପହଞ୍ଚିବାକୁ ଯାଉଛି । କିଷାନ ସମ୍ମାନ ନିଧିର ୧୮ତମ କିସ୍ତିରେ ରାଜ୍ୟର ପ୍ରାୟ ୯୧.୫୧ ଲକ୍ଷ କୃଷକ ୧,୯୦୦ କୋଟିରୁ ଅଧିକ ଲାଭ ପାଇବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ରର ଚାଷୀଙ୍କୁ ନାମୋ ଶେତକାରି ମହାସମ୍ମାନ ନିଧି ଯୋଜନାର ପଞ୍ଚମ କିସ୍ତିରେ ପ୍ରାୟ ୨,୦୦୦ କୋଟି ଟଙ୍କା ଅତିରିକ୍ତ ସୁବିଧା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.