ଉଦଯାପିତ ହେଲା ୨୮ ତମ ରାଜ୍ୟ ଟେବୁଲ ଟେନିସ ଚାମ୍ପିଅନସିପ୍

0

ଉଦଯାପିତ ହେଲା ୨୮ ତମ ରାଜ୍ୟ ଟେବୁଲ ଟେନିସ ଚାମ୍ପିଅନସିପ୍ । କଟକ ଜବାହର ଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମରେ ଆୟୋଜିତ ଏହି ଚାମ୍ପିଅନସିପରେ ଖେଳିଥିବା ବିଭିନ୍ନ ବର୍ଗର କୃତିତ୍ୱ ହାସଲ କରିଥିବା ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ତେବେ ପୁରୁଷ ଏକକରେ ତୁଷାର ଚୈାହାନ ବିଜେତା ହୋଇଥିବା ବେଳେ ଶ୍ଵେତପଦ୍ମା  ଦଳାଇ ମହିଳା ଏକକରେ ବିଜୟୀ ହୋଇଛନ୍ତି ।

ସେହିପରି ୧୧ ବର୍ଷରୁ କମ ବାଳିକା ବର୍ଗରେ ଆରାଧ୍ୟା ସାହୁ, ବାଳକରେ ରୀତମ ଭୂୟାଁ, ୧୩ ବର୍ଷରୁ କମ୍ ବର୍ଗରେ ବାଳିକାରେ ଶ୍ଵେତା ବର୍ମା ଓ ବାଳକରେ ଜିଜ୍ଞାସୁ, ୧୫ ବର୍ଷରୁ କମ୍ ବାଳିକା ବର୍ଗରେ ଉର୍ଜା ବର୍ମା ବିଜୟ ଲାଭ କରିଥିଲେ । ଉଦଯାପନୀ ସମାରୋହରେ କଟକ ମହାନଗର ନିଗମ ମେୟର ସୁବାଷ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଖେଳାଳୀଙ୍କୁ ପୁରସ୍କାର ବିତରଣ କରିଛନ୍ତି ।

Leave A Reply

Your email address will not be published.