ପୁରୁଣାପାଣି ଠାରେ ୩୮ତମ ବାର୍ଷିକ କ୍ରୀଡା ଓ ଆଦିବାସୀ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୁରୁଣାପାଣି ଠାରେ ୩୮ତମ ବାର୍ଷିକ କ୍ରୀଡା ଓ ଆଦିବାସୀ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ | ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ଗ୍ରାମପଞ୍ଚାୟତ ପଡିଆ ଠାରେ ପୁରୁଣାପାଣି ଛତ୍ରପତି କ୍ଲବ ଆନୁକୂଲ୍ୟରେ ୩୮ତମ ବାର୍ଷିକ କ୍ରୀଡା ଓ ଆଦିବାସୀ ନୃତ୍ୟ ପ୍ରତିଯୋଗିତା ଗତ ୧୩ ତାରିଖ ଉଦଘାଟନ ହୋଇ ୧୪ ତାରିଖ ଉଦଯାପିତ ହୋଇଯାଇଛି |

୧୩ ତାରିଖ ରେ ଶିଶୁ ବାଳକ – ବେଲୁନ ଫଟା, ଟାୟାର ଗୋଳା, ଶିଶୁ ବାଳିକା – ମ୍ୟୁଜିକ ଏଣ୍ଡ ଚେୟାର, ବାଳକ – ଭାର ଉତ୍ତଳନ ଦୌଡ, ବାଳିକା – ଅଣ୍ଡାଫଟା ଓ ଶିଶୁ ବାଳକବାଳିକା – ଅଙ୍କ କଷା ହୋଇଥିଲା ବେଳେ ୧୪ ତାରିଖରେ ଶିଶୁ ବାଳକବାଳିକା -୨୦୦ ମି ଦୌଡ, ବାଳିକା/ ମହିଳା – ଓଡିଆଣି ବହୁ, ମହିଳା – ଭେଣ୍ଟିବ୍ୟାଗ୍ ଚଷମା ପିନ୍ଧା ମହିଳାଙ୍କ ୨୦୦ମି ଦୌଡ, ବାଳକ – ୬୦୦ମି ଦୌଡ, ବାଳକବାଳିକା – ସାଧାରଣ ଜ୍ଞାନ, ବୃଦ୍ଧ- ବଲ୍ଡର ଖିଆ, ବୟସ୍କ – ୧୬୦୦ମି ଦୌଡ ଓ ବାଳିକା – ୱିକେଟ୍ ଥ୍ରୋ ଅନୁଷ୍ଠିତ ହୋଇଥିଲା | ସେହିପରି ଆଦିବାସୀ ନୃତ୍ୟରେ ବୁଢୀଗାଳୀ, ଡାଣ୍ଠା ଓ ଡ୍ରାମାଗାଳୀ ହେଲା ପରେ ବିଶେଷ ଆକର୍ଷଣ ଭାବେ ଝୁମର ନୃତ୍ୟ ପରିବେଷଣ ହୋଇଥିଲା |

ପୁରସ୍କାର ବିତରଣୀ ପର୍ବରେ ସମ୍ମାନିତ ଅତିଥି ଭାବେ ପୁରୁଣାପାଣି ଗ୍ରାମପଞ୍ଚାୟତ ସରପଞ୍ଚ ବାଲିମଣୀ ଟୁଡୁ ଯୋଗ ଦେଇଥିଲା ବେଳେ ପୁରୁଣାପାଣି ଛତ୍ରପତି କ୍ଲବର ସଭାପତି ମହେଶ୍ବର ମହାନ୍ତ, ସଂପାଦକ ପରେଶ ଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ବିଶ୍ବଜିତ ମହାନ୍ତ ତଥା କାର୍ଯ୍ୟକାରୀ ସଦସ୍ୟ ରାଜୁ, ଅଶୋକ, ବରୁଣ, ବାପୁନ, ଛବି,ମଳୟ, ଟିଙ୍କୁ ଓ ବିଦ୍ୟାଧର ପ୍ରମୁଖ ଉପସ୍ଥିତ ଥିଲେ | ଏହି ଭବ୍ୟ କ୍ରୀଡା ଓ ନୃତ୍ୟ ଦେଖିବା ପାଇଁ ରାଇରଙ୍ଗପୁର ସହରର ଆଖପାଖ ଅଞ୍ଚଳରୁ ଲୋକେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ |

Leave A Reply

Your email address will not be published.