ଓଡ଼ିଆ ନ୍ୟୁଜ, ମୟୂରଭଞ୍ଜ : ପ୍ରତ୍ସାହନ ରାଶୀ ହେଲା ପ୍ରହତ୍ସନା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେବି ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଆମଲାବେଡା ଗ୍ରାମରେ ତାହା ଦେଖିବାକୁ ମିଳିଛି । ଆମଲା ବେଡା ଗ୍ରାମର ଜଗଦୀଶ ପାତ୍ର, ଫାଲଗୁନି ତନ୍ତୀ, ସୁମତି ବେହେରା, ମାନୀ ବାଗେ ୪ ମାସ ତଳେ ବିଡିଓ ଯାମଦା ପିଏମଏଓ୍ବାଇର କାର୍ଯ୍ୟାଦେଶ ପାଇଥିଲେ ।
କାର୍ଯ୍ୟାଦେଶରେ ୯୪ ଦିନର ମଜୁରୀ ସହିତ ୪ ମାସରେ ଘର ସମ୍ପୂର୍ଣ୍ଣ କଲେ ୨୦ ହଜାର, ୬ ମାସରେ ଘର ସମ୍ପୂର୍ଣ୍ଣ କଲେ ୧୦ ହଜାର ଟଙ୍ଗା ପ୍ରତ୍ସାହନ ରାଶୀ ଦେବାକୁ କାର୍ଯ୍ୟାଦେଶରେ ଉଲ୍ଲେଖ ରହିଅଛି । ତେଣୁ ହିତାଧିକାରୀ ଧାର କରଜ କରି ଉଚିତ ସମୟ ମଧ୍ୟରେ ଘରକୁ ସପୂର୍ଣ୍ଣ କରିଛନ୍ତି କିନ୍ତୁ ଆଜକୁ ୪ମାସ ହେବାକୁ ବସିଲାଣି ସେମାନେ ୯୪ ଦିନର ୨୨ ହଜାର ୨୭୮ ଟଙ୍କା ମଜୁରୀ ୪ ମାସରେ ୨୦ ହଜାର ପ୍ରତ୍ସାହନ ରାଶି ମିଶି ମୋଟ ୪୨ ହଜାର ୨୭୮ଟଙ୍କା ରାଶୀ ପାଇବା ପାଇଁ ସ୍ଥାନୀୟ ବିଡିଓ ଠାରୁ ଜିଲ୍ଲାପାଳଙ୍କର ଜନ ଶୁଣାଣୀ ଯାଏଁ କେବଳ ପ୍ରତିଶୃତି ଉପରେ ପ୍ରତିଶୃତିରେ ସେମାନଙ୍କୁ ସନ୍ତୁଷ୍ଟ କରା ଯାଉଅଛି ।
ସରକାରଙ୍କର ଏହି ପ୍ରତ୍ସାହନ ରାଶୀ ପ୍ରହତ୍ସନରେ ପରିଣତ ହୋଇ ଥିବାରୁ ହିତାଧିକାରୀ ମାନଷିକ ଚାପରେ ଜୀବନ ବିତାଉ ଥିବାର ଦେଖିବାକୁ ମିଳିଥିଲା ।