ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ବିଜେଡି ଓ ବିଜେପିର ଜନ ବିରୋଧି ଅସନ୍ତୋଷ ବିରୁଦ୍ଧରେ କଂଗ୍ରସ ପକ୍ଷରୁ ପଦଯାତ୍ରା । କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାର କାର୍ୟ୍ୟ କରୁଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମତରେ ଅଛେ ଦିନ ଆଏଗା, କିନ୍ତୁ ସତରେ କଅଣ ଆମ୍ଭମାନଙ୍କର ଭଲ ଦିନ ଆସିଛି ଜ୍ଝ ସେହିପରି ମୁଖ୍ୟମନ୍ତ୍ରୀ ଡିଣ୍ଡିମ ପିଟୁଛନ୍ତି ସାରା ଓଡିଶାର ବିକାଶ କରୁଛନ୍ତି, କିନ୍ତୁ ବାସ୍ତବିକ ଭାବେ ଓଡିଶା କଅଣ ବିକଶିତ ।
ଭାରତବର୍ଷରେ ଯେଉଁଭଳି ପରିମାଣରେ ଦରଦାମ ବୃଦ୍ଧି, ଆର୍ଥିକ ଅନାଟନ, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ, ରୋଜଗାର, ଜଳସେଚନ ଓ ପର୍ୟ୍ୟଟନ କ୍ଷେତ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଉଛି, ଏହାର ପ୍ରମୁଖ ଉତ୍ତରଦାୟୀ ଭାବେ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାରକୁ ଦାୟୀ କରାଯାଉଛି । ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଯୁବ କଂଗ୍ରେସ ପକ୍ଷରୁ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ କଂଗ୍ରେସ କର୍ମୀ ମାନେ ଘରେ ଘରେ କଂଗ୍ରେସ ଓ ଘରେ ଘରେ ବିକାଶର ନାରା ଦେଇଥିଲେ । ଏଥିସହିତ କଂଗ୍ରେସ ସରକାର ଆସିଲେ ଓଡିଶାର ପ୍ରଗତି ଆସିବ , ବିଜେଡି ଓ ବିଜେପିର ଦୁର୍ନୀତିକୁ ମୂଳପୋଛ କରିବ । ଏହି ପଦଯାତ୍ରା ଜାମଦା ବ୍ଲକ ସଭାପତି ସବ୍ୟସାଚି ଖୁଣ୍ଟିଆ ଙ୍କ ପରିଚାଳନାରେ ଶହ ଶହ କଂଗ୍ରେସକର୍ମୀ ଅଂଶଗ୍ରହଣ ଜକରିଥିଲେ ।
ସେମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ଶ୍ୟାମଚରଣ ହାଁସଦାଃ, ଜାମଦା ବ୍ଲକ ଟାଣୁଆ କଂଗ୍ରେସ ନେତା ସନ୍ତୋଷ ନନ୍ଦ, ମନୋଜ କୁମାର ନାୟକ, ହେଲେନା ବାଗେ, ପୂର୍ବତନ ଜାମଦା ବ୍ଲକ ସଭାପତି ଅନନ୍ତ ଖୁଣ୍ଟିଆ,ତିରିଂ ବ୍ଲକ କଂଗ୍ରେସ ସଭାପତି ସନ୍ତୋଷ ନାଏକ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି କାମେଶ୍ବର ସୋରେନ, ଏଲ ଡି ଏମ ସେକ ଇନତବଖାବ ଆଲାମ, ଏମଡି ଆବିଦ, ମୟୂରଭଞ୍ଜ ଜିଲ୍ଲା ଏସ ସି ସେଲ ଚେୟାରମେନ ଭାଗିରଥୀ ପାତ୍ର, ଶଙ୍କରଲାଲ କ୍ଷେତ୍ରୀ, ମହମ୍ମଦ ଅଲ୍ଲୀ ଖାଁ, ଭଜହରି ମହାନ୍ତ ଓ ଜିଲ୍ଲା ସଂପାଦକ ହରି ଚରଣ ସାହୁ ପ୍ରମୁଖ ନେତୃତ୍ବ ନେଇଥିଲେ ।