ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତାରିଣୀ ଗ୍ରୁପ ଅଫ ଏଜୁକେସନାଲ ଇନଷ୍ଟିଚି଼ୟୁଟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ l କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଗରଜଙ୍ଗା ପଞ୍ଚାୟତ ହଳଦିଆ ଗୋଡ଼ା ନିକଟରେ ଗଢି ଉଠିଥିବା ତାରିଣୀ ଗ୍ରୁପ ଅଫ ଏଜୁକେସନାଲ ଇନଷ୍ଟିଚି଼ୟୁଟ ର ବାର୍ଷିକ ଉତ୍ସବ ଚେୟାରମ୍ୟାନ ଶ୍ରୀ ବାସ୍ତବ ପଣ୍ଡା ଙ୍କ ତତ୍ୱାବଧାନରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପ୍ରିନସିପାଲ ଜ୍ଞାନରଞ୍ଜନ କୁଣ୍ଡ କାର୍ଯ୍ୟକ୍ରମ କୁ ଅଧକ୍ଷତା କରିଥିଲେ l କୁନି କୁନି ପିଲାଙ୍କୁ ନେଇ ନାଚ ଗୀତରେ ଯୁମୁଥିଲା ତାରିଣୀ ବିଦ୍ୟାମନ୍ଦିର ପରିସର ଓଡିଶୀ ନୃତ୍ୟ ଓ ନାଟକ ପରିବେଷଣ କରିଛନ୍ତି ତାରିଣୀ +2 ବିଜ୍ଞାନ ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ୍ୟ ବାର୍ଷିକ ଉତ୍ସବ ପାଳନ କରଛି ତାରିଣୀ ଗ୍ରୁପ ଅଫ ଏଜୁକେସନାଲ ଇନଷ୍ଟିଚି଼ୟୁଟ |
2013ମସିହା ରେ ସ୍ଥାପିତ ହୋଇ ଏ ଯାବତ ତାର ସୁନାମ ବଯାଏ ରଖିଛି| ଶିକ୍ଷା ଦିଗରେ ଏ ଅନୁଷ୍ଠାନ ଆଗଧାଡିରେ ଗଣାହେଉଛି ଯାହା ଫଳରେ ଓଡିଶା ର କୋଣ ଅନୁକୋଣ ରୁ ଛାତ୍ରଛାତ୍ରୀ ମାନେ ଅଧୟନ କରୁଛନ୍ତି | ଆଜି ତାର ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସମବାୟ, ଖାଦ୍ୟ ଓ ଖାଉଟି କଲ୍ୟାଣ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇ ଥିବା ବେଳେ ସନମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇ ବିଦ୍ୟାଳୟ ତଥା ପିଲାମାନଙ୍କ ର ଉତ୍ତରୋତ୍ତର କାମନା କରଥିଲେ l ନାଚ ଗୀତ ଓ ନାଟକ ରେ ଯୁମିଥିଲେ ଛାତ୍ରଛାତ୍ରୀ, ଅଭିଭାବକ,ଶିକ୍ଷକ ଶିକ୍ଷୟତ୍ରୀ l