ବିପଦ ରେ ଦୀପାଅଞ୍ଚଳ ବାସୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିପଦ ରେ ଦୀପାଅଞ୍ଚଳ ବାସୀ | କେନ୍ଦ୍ରାପଡ଼ା ଜିଲ୍ଲା ଲୁଣା କରଣ୍ଡିଆ ନଦୀ ଉପରେ ଜାଇଛି ଗୋଟିଏ ପୋଲ । କିନ୍ତୁ ଏହି ଦୁଇଟି ନଦୀ ର ମଝିରେ ଥିବା ଦୀପାଅଞ୍ଚଳ ବାସୀ ବର୍ତ୍ତମାନ ଆତଙ୍କିତ ହୋଇ ପଡିଛନ୍ତି ।

କାହିଁକି ନା ପୋଲ ମୁଣ୍ଡ ମଝି ସ୍ଥାନରେ ଦୁଇଟି ନଦୀ କୂଳ ଖାଉଛି । ଯଦି ଏହି ଭଳି କୂଳ ଖାଏ ତାହେଲେ କିଛି ଦିନ ଭିତରେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯିବ ତେରଟି ଗାଁ। ଅସ୍ତିତ୍ବ ହରାଇବେ ଏମାନେ । କେନ୍ଦ୍ରାପଡ଼ା ଜିଲ୍ଲାକୁ କଞ୍ଚା ପରିବା ଯୋଗାଉଥିବା ଏହି ଅଞ୍ଚଳ କୁ ହରାଇ ବସିବ କେନ୍ଦ୍ରାପଡ଼ା ଜିଲ୍ଲା।

ପ୍ରତେକ ବର୍ଷ ଏହି ଅଞ୍ଚଳ କୁ ସୁରକ୍ଷିତ ରଖିବାପାଇଁ ସରକାର ଙ୍କ ତରଫରୁ ପଥର ପେକିଙ୍ଗି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରା ଜାଉଛି ହେଲେ ଠିକାଦାରଙ୍କ ଠାରୁ ଯନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ପକେଟ୍ ଗରମ୍ ହେଉଛି କିନ୍ତୁ ପଡ଼ିଥିବା ପଥରକୁ ଚିଙ୍ଗୁଡ଼ି ଗିଳି ଦଉଛି ବୋଲି କହିଛନ୍ତି ଅଞ୍ଚଳ ବାସୀ | ବିଭାଗୀୟ ଅଧିକାରୀମାନେ ଥରେ ଏହି ଅଞ୍ଚଳ ଭ୍ରମଣ କରନ୍ତୁ ଏବଂ ନଦୀଗର୍ଭରେ ଲିନ ହେବାକୁ ବସିଥିବା ଦୀପାଅଞ୍ଚଳ କୁ କିଭଳି ବେଳେ ଥାଉ ଥାଉ ବଞ୍ଚାଇ ହେବ ତାହା ଚିନ୍ତା କରନ୍ତୁ ନହେଲେ କେନ୍ଦ୍ରାପଡ଼ା ତାର ମାନଚିତ୍ର ରୁ ହଜାଇ ଦେବ ଏହି ଦୀପାଅଞ୍ଚଳ କୁ !

Leave A Reply

Your email address will not be published.